ରାଉରକେଲା: ନିର୍ବାଚନ ପୂର୍ବରୁ ଆକ୍ସନ ମୋଡରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଉଲିବୁରୁ ଖଣି ଦୁର୍ନୀତିରେ ମୁଖ୍ୟ ଅଭିଯୁକ୍ତ ଦୀପକ ଗୁପ୍ତାଙ୍କ ଘରେ ହୋଇଛି ଇଡି ରେଡ୍। ଏହି ପରିପ୍ରେକ୍ଷୀରେ ଚାଟାର୍ଡ ଆକାଉଣ୍ଟାଣ୍ଟଙ୍କ ଘରେ ମଧ୍ୟ ED ରେଡ । ଚାଟାର୍ଡ ଆକାଉଣ୍ଟାଣ୍ଟ ଅଜୟ କାଦମା । ଅଜୟଙ୍କ Kadmawala Insolvency ଉପରେ ଚଢାଉ ହୋଇଛି । ବିଶ୍ରାଡାହାର କାର୍ଯ୍ୟାଳୟ ସହ ବାସଭବନ ବି ରେଡ ହୋଇଛି । ତେବେ ଅର୍ଥ ଅନିୟମିତତା ନେଇ ED ଏକାସଂଗେ ପାଞ୍ଚ ସ୍ଥାନରେ ରେଡ କରାଯାଇଛି । ରାଉରକେଲା କଚେରି ରୋଡରେ ଥିବା ଦୁଇଟି କାର୍ଯ୍ୟାଳୟ, ରାଉରକେଲା ବିଶ୍ରାମ ଡାହାରରେ ଥିବା ଘର ସହ ବଡବିଲ ସହ ଭୁବନେଶ୍ୱରରେ ରେଡ ହୋଇଛି। ଖବର ଅନୁଯାୟୀ କେଉଁଝର ଝାରସୁଗୁଡା, ରାଉରକେଲା ଏବଂ ଭୁବନେଶ୍ୱର, ବର୍ବିଲରେ ଏହି ଚଢାଉ ଚାଲିଛି। ୨୦ ରୁ ଅଧିକ ଇଡି ଅଧିକାରୀ ଥିବା ଦୁଇଟି ଦଳ ଆଜି ସକାଳ ୮ଟାରେ ଭୁବନେଶ୍ୱର ଏବଂ ରାଞ୍ଚିରୁ ରାଉରକେଲାରେ ପହଞ୍ଚି ଚଢ଼ାଉ ଆରମ୍ଭ କରିଛନ୍ତି। ପଶ୍ଚିମବଙ୍ଗରେ ମଧ୍ୟ ଚଢ଼ାଉ ଜାରି ରହିଛି। Post navigation ମୁଖ୍ୟମନ୍ତ୍ରୀଙ୍କ ବଡ ନିଷ୍ପତ୍ତି, ଓଟିଇଟି ପାସ୍ ଏବଂ ପାସ୍ କରି ନ ଥିବା ଶିକ୍ଷକଙ୍କୁ ଉପହାର କଂଗ୍ରେସରୁ ଇସ୍ତଫା ଦେଲେ ପିସିସି ଉପସଭାପତି ରଜତ ଚୌଧୁରୀ