ଭୁବନେଶ୍ଵର: ଆୟକର ଠକେଇ ଅଭିଯୋଗରେ ଜଣାଶୁଣା କୋଇଲା ବ୍ୟବସାୟୀ ଶିଳ୍ପପତି ଘନଶ୍ୟାମ ଡାଲମିଆଙ୍କ ପୁଅଙ୍କୁ ଅଟକ ରଖି ପଚାଉଚରା କରିଛି IT ବିଭାଗ। ଟିକସ ଫାଙ୍କି ଅଭିଯୋଗରେ ଡାଲମିଆଙ୍କ ବିଭିନ୍ନ ଠିକଣାରେ ରେଡ ହୋଇଥିଲା। ସୂଚନା ଅନୁଯାୟୀ ପଶ୍ଚିମବଙ୍ଗ, ଓଡ଼ିଶା ଓ ଛତିଶଗଡ଼ରେ ଚାଲିଛି ରେଡ୍।

 

ଆୟକର ବିଭାଗର ଏହା ବଡ଼ ଧରଣର ଚଢ଼ାଉ ହୋଇଥିବାବେଳେ ବଣ୍ଟିଙ୍କ ବିପୁଳ ଆୟକର ଠକେଇ ସାମ୍ନାକୁ ଆସିପାରେ ବୋଲି ଚର୍ଚ୍ଚା ହେଉଛି।

ବଣ୍ଟି ଡାଲମିଆ ସୁନ୍ଦରଗଡ଼ ଓ ଛତିଶଗଡ଼ ରାୟଗଡ଼ ଅଞ୍ଚଳର ବିଶିଷ୍ଟ କୋଇଲା ବ୍ୟବସାୟୀ। ତାଙ୍କର ଛତିଶଗଡ଼, ଓଡ଼ିଶା, ମୁମ୍ୱାଇ, ମଧ୍ୟପ୍ରଦେଶର ବିଭିନ୍ନ ସ୍ଥାନରେ ବହୁ ଶିଳ୍ପାନୁଷ୍ଠାନ, କାରଖାନା, କୋଇଲା ବ୍ୟବସାୟ ସହ ହୋଟେଲ ରହିଛି।

ଗୁରୁବାର ସକାଳୁ କେନ୍ଦ୍ରୀୟ ସୁରକ୍ଷା ବଳ ସହ ରାଉରକେଲା, ସମ୍ବଲପୁର, ଭୁବନେଶ୍ବର, ଛତିଶଗଡ଼ ଓ ମହାରାଷ୍ଟ୍ରର ୧୦ ଜଣିଆ ଟିମ୍ ବଣ୍ଟି ଡାଲମିଆଙ୍କ ଗୋପାଳପୁରରେ ଥିବା ତାଙ୍କ ଦୁଇ ମହଲା କୋଠା, କାର୍ଯ୍ୟାଳୟ, ବିଲେଇମୁଣ୍ଡାର ଘର, ସୋରୁମ, ସ୍ପଞ୍ଜ ଆଇରନ ଫାକ୍ଟ୍ରି, କାର୍ଯ୍ୟାଳୟ, ଏମସିଏଲ୍ କୋଇଲା ପରିବହନ ସାଇଟ୍, ଛତିଶଗଡ଼ ରାୟଗଡ଼ର ଆଇରନ, ଷ୍ଟିଲ ଓ ପାୱାର ପ୍ଲାଣ୍ଟ ଫାକ୍ଟ୍ରି, ଘର, ରାୟପୁର ଘର , କାର୍ଯ୍ୟାଳୟ, ବିଳାସପୁର ହୋଟେଲ ସହ ତାଙ୍କ ବଡ଼ ଭାଇ ବାବୁଲୁ ଡାଲମିଆଙ୍କ ରାଉରକେଲା ସିଭିଲଟାଉନସିପସ୍ଥିତ ଘର, ବରପାଲି ସ୍ଥିତ ଫାକ୍ଟ୍ରିରେ ଚଢ଼ାଉ କରିଥିଲା। ଅନେକ କାର୍ଯ୍ୟାଳୟ, ଘରକୁ ସିଲ୍ କରିବା ସହ ମ୍ୟାନେଜର, କମର୍ଚାରୀମାନଙ୍କୁ ଅଟକ ରଖିଥିବା ଓ ମୋବାଇଲ୍ ଜବତ କରି ନେଇଥିବା ସୂଚନା ଆସିଛି।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *