ଭୁବନେଶ୍ୱର: ବିରୋଧୀ ଦଳ ନେତାଙ୍କ ପରେ ଛୁଟି ଦାବି କଲେ କେନ୍ଦ୍ର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ। ୨୨ ତାରିଖ ପାଇଁ ଛୁଟି ଦାବି କଲେ ପ୍ରେସ ମିଟରେ। ଗତକାଲି ୨୨ ତାରିଖ ଦିନ ରାଜ୍ୟ ସରକାର ଛୁଟି ଘୋଷଣା କରିବାକୁ ଦାବି କରିଥିଲେ। ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଦିନ ଛୁଟି ପାଇଁ ତେଜିଛି ରାଜନୀତି।

ଗତକାଲି ରାଜ୍ୟ ସରକାର ଆସନ୍ତା ୨୨ ତାରିଖକୁ ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ଓ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା କରନ୍ତୁ। ଏହାସହ ସେ ଦିନ ରାଜ୍ୟରେ ସମସ୍ତ ମଦ ଦୋକାନ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଅନ୍ତୁ। ୫ଶହ ବର୍ଷର ସଂଘର୍ଷ ପରେ ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା କରାଯିବ। ଦେଶର ଅନେକ ରାଜ୍ୟରେ ସେହି ଦିନ ଛୁଟି ଘୋଷଣା କରାଯାଇଛି। ନିଶାଦ୍ରବ୍ୟ ବନ୍ଦ କରିବା ପାଇଁ ନିର୍ଦେଶ ଦିଆଯାଇଛି। ବିଜେପି ରାଜ୍ୟ ମୁଖପାତ୍ର ଦିଲ୍ଲୀପ ମଲ୍ଲିକ କହିଛନ୍ତି, ଅନ୍ୟ ରାଜ୍ୟ ଭଳି ଓଡ଼ିଶା ସରକାର ମଧ୍ୟ ଜାନୁଆରି ୨୨ ତାରିଖରେ ଛୁଟି ଘୋଷଣା କରନ୍ତୁ। ଉକ୍ତ ଦିନକୁ ପୂଣ୍ୟ ଓ ପବିତ୍ର ଦିନ ଭାବେ ପାଳନ କରିବା ପାଇଁ ଆହ୍ୱାନ ଦେବା ସହ ନିଶାଦ୍ରବ୍ୟ ବିକ୍ରି ମଧ୍ୟ ବନ୍ଦ କରାନ୍ତୁ ବୋଲି ବିଜେପି ଦାବି କରିଛି।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *