ଭୁବନେଶ୍ୱର : ପ୍ରେସକ୍ରିପସନ୍ ଓ ଶବ ବ୍ୟବଚ୍ଛେଦ ରିପୋର୍ଟ ସ୍ପଷ୍ଟ ଭାବେ ଲେଖିବାକୁ ମାନ୍ୟବର ହାଇକୋର୍ଟ ଆଜି ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି। ତେବେ ଏନେଇ ସମସ୍ତ ଡାକ୍ତର ମାନଙ୍କୁ ନିର୍ଦ୍ଦେଶନାମା ଜାରି କରିବା ପାଇଁ ମୁଖ୍ୟ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ସମସ୍ତ ମେଡିକାଲ ସେଣ୍ଟର, ଘେରାଇ କ୍ଲିନିକ,ମେଡିକାଲ କଲେଜ ଓ ହସ୍ପିଟାଲ ପାଇଁ ଏନେଇ ମୁଖ୍ୟ ସଚିବ ନିର୍ଦ୍ଦେଶନାମା ଜାରି କରିବେ । ଔଷଧ ପରାମର୍ଶ ବା ଚିକିତ୍ସା-ଆଇନ ସମ୍ବନ୍ଧୀୟ ରିପୋର୍ଟ ଉପଯୁକ୍ତ ହସ୍ତାକ୍ଷରରେ ବା ଟାଇପ ପଦ୍ଧତିରେ ଲେଖିବା ପାଇଁ ଏହି ନିର୍ଦ୍ଦେଶନାମା ଜାରି କରାଯିବ ବୋଲି ହାଇକୋର୍ଟ ନିର୍ଦ୍ଦେଶରେ ସ୍ପଷ୍ଟ କରିଛନ୍ତି । ସୂଚନା ଅନୁଯାୟୀ, ଡାକ୍ତରଙ୍କ ହାତ ଲେଖା ପ୍ରେସ୍କ୍ରିପ୍ସନ୍କୁ ନେଇ ଅନେକ ସମୟରେ ଦ୍ୱନ୍ଦ୍ୱ ଦେଖାଯାଇଥାଏ। କାରଣ ସେମାନଙ୍କ ହାତ ଲେଖାକୁ କେହି ଠିକ୍ରେ ପଢ଼ି ପାରନ୍ତି ନାହିଁ। ଏହାକୁ ନେଇ ଆଜି ଉଦ୍ବେଗ ପ୍ରକାଶ କରିଛନ୍ତି ଓଡିଶା ହାଇକୋର୍ଟ। Post navigation ଅର୍ପଣ ରଥକୁ ନେଇ ତେଜିଲା ରାଜନୀତି ସମ୍ବଲପୁର ଲୋକ ସଭା ଆସନରେ ଧର୍ମେନ୍ଦ୍ର ବନାମ ବବି ଲଢ଼େଇ