ଓଡ଼ିଶା ବିଧାନସଭାର ଶୀତ ଅଧିବେଶନର ପ୍ରଥମ ଦିନରେ ମୁଖ୍ୟମନ୍ତ୍ରୀ ତଥା ଅର୍ଥ ବିଭାଗ ଦାୟିତ୍ୱରେ ଥିବା ମୋହନ ଚରଣ ମାଝୀ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ୨୪,୧୫୦ କୋଟି ଟଙ୍କାର ଅତିରିକ୍ତ ବଜେଟ୍ ଉପସ୍ଥାପନ କରିଛନ୍ତି । ଏହି ଅତିରିକ୍ତ ବଜେଟ୍‌ରେ ମହିଳା ସଶକ୍ତିକରଣ, କୃଷକଙ୍କ କଲ୍ୟାଣ, ଖାଦ୍ୟ ସୁରକ୍ଷା, ଶିକ୍ଷା ଓ ବିପର୍ଯ୍ୟୟ ପରିଚାଳନାକୁ ଗୁରୁତ୍ୱ ଦିଆଯାଇଛି । ବିଭିନ୍ନ ବିଭାଗ ଓ ଯୋଜନାର ଅତିରିକ୍ତ ଖର୍ଚ୍ଚ ପାଇଁ ଏହି ବଜେଟ୍‌ରେ ଅଧିକ ଅର୍ଥ ବ୍ୟବସ୍ଥା କରାଯାଇଛି ।

ମହିଳାଙ୍କ କଲ୍ୟାଣ ଓ ସଶକ୍ତିକରଣ ପାଇଁ ୧,୨୪୭ କୋଟି ଟଙ୍କା ରଖାଯାଇଛି । ଏଥିରୁ ସୁଭଦ୍ରା ଯୋଜନା ପାଇଁ ୫୫୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି । ସେହିପରି କୃଷକଙ୍କ ଆର୍ଥିକ ସହାୟତା ଓ କୃଷି କ୍ଷେତ୍ରର ବିକାଶ ପାଇଁ ସମୃଦ୍ଧ କୃଷକ ଯୋଜନାରେ ୩୮୦ କୋଟି ଟଙ୍କା ରଖାଯାଇଛି ।

ଅକ୍ଷୟ ଶକ୍ତି କ୍ଷେତ୍ରର ବିକାଶ ପାଇଁ ଓଡ଼ିଶା ଅକ୍ଷୟ ଶକ୍ତି ବିକାଶ ଯୋଜନାରେ ୬୪୨ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

ବିଭାଗୱାରୀ ବ୍ୟୟବରାଦ ମଧ୍ୟରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗକୁ ସର୍ବାଧିକ ୮,୩୮୯ କୋଟି ଟଙ୍କା ମିଳିଛି । ବିପର୍ଯ୍ୟୟ ପରିଚାଳନା ପାଇଁ ୪,୯୯୯ କୋଟି ଟଙ୍କା ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପାଇଁ ୧,୩୯୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।

By Nirvay

Leave a Reply

Your email address will not be published. Required fields are marked *