ରାଜ୍ୟର ଲକ୍ଷ ଲକ୍ଷ ସରକାରୀ କର୍ମଚାରୀ ଓ ପେନ୍‌ସନ୍‌ଭୋଗୀଙ୍କ ପାଇଁ ଖୁସି ଖବର । ଆଜି ମୁଖ୍ୟମନ୍ତ୍ରୀ ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା (DA)ରେ ୩ ପ୍ରତିଶତ ବୃଦ୍ଧି କରିବା ନେଇ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ଏହି ବୃଦ୍ଧି ପରେ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୬୦ ପ୍ରତିଶତରୁ ବଢ଼ି ୬୩ ପ୍ରତିଶତରେ ପହଞ୍ଚିଛି।

ଏହି ବର୍ଦ୍ଧିତ ମହଙ୍ଗା ଭତ୍ତା ପିଛିଲା ଭାବେ ୨୦୨୬ ମସିହା ଜୁଲାଇ ପହିଲାରୁ ଲାଗୁ ହେବ। କର୍ମଚାରୀମାନେ ଚଳିତ ନଭେମ୍ବର ମାସର ଦରମା ସହିତ ଏହି ବର୍ଦ୍ଧିତ ଭତ୍ତା ନଗଦ ଆକାରରେ ପାଇବେ।

କେବଳ କର୍ମଚାରୀ ନୁହନ୍ତି, ଅବସରପ୍ରାପ୍ତ ପେନ୍‌ସନ୍‌ଭୋଗୀଙ୍କ କଥା ମଧ୍ୟ ସରକାର ଗୁରୁତ୍ୱର ସହ ବିଚାର କରିଛନ୍ତି। ପେନ୍‌ସନ୍‌ଭୋଗୀମାନଙ୍କ ଟି.ଆଇ. (TI)ରେ ମଧ୍ୟ ୩ ପ୍ରତିଶତ ବୃଦ୍ଧି କରାଯାଇଛି। ସେମାନେ ମଧ୍ୟ ସମାନ ଭାବେ ନଭେମ୍ବର ମାସ ପେନ୍‌ସନ୍‌ରେ ଏହି ବର୍ଦ୍ଧିତ ଟି.ଆଇ. ସୁବିଧା ପାଇବେ। ରାଜ୍ୟ ସରକାରଙ୍କ ଏହି ଜନହିତକର ନିଷ୍ପତ୍ତି ଦ୍ୱାରା ପ୍ରାୟ ସାଢ଼େ ଆଠ ଲକ୍ଷ ସରକାରୀ କର୍ମଚାରୀ ଓ ପେନ୍‌ସନ୍‌ଭୋଗୀ ସିଧାସଳଖ ଉପକୃତ ହେବେ।

Leave a Reply

Your email address will not be published. Required fields are marked *