ଭୁବନେଶ୍ୱରର ବରମୁଣ୍ଡା ପଡ଼ିଆରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ABVP) ପକ୍ଷରୁ ଏକ ବିଶାଳ ରାଜ୍ୟସ୍ତରୀୟ ଛାତ୍ରନେତା ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏହି ସମ୍ମିଳନୀରେ ଓଡ଼ିଶାର ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟରୁ ପ୍ରାୟ ୧୦,୦୦୦ରୁ ଅଧିକ ଛାତ୍ରନେତା ଯୋଗ ଦେଇଛନ୍ତି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଯୁବବର୍ଗଙ୍କ ଦକ୍ଷତା ବିକାଶ ଓ ଦେଶ ଗଠନରେ ସେମାନଙ୍କ ଭୂମିକା ଉପରେ ଗୁରୁତ୍ୱ ଦେଇଥିଲେ। ଏହା ବ୍ୟତୀତ ଏହି ସମ୍ମିଳନୀରେ ଏହା ବ୍ୟତୀତ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ଏବିଭିପିର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ବିରେନ୍ଦ୍ର ସିଂହ ସୋଲାଙ୍କି ଏବଂ ସଂଗଠନର ଅନେକ ବରିଷ୍ଠ ରାଷ୍ଟ୍ରୀୟ କର୍ମକର୍ତ୍ତା ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଛାତ୍ର ନିର୍ବାଚନରେ ବିଜୟୀ ହୋଇଥିବା ଏବିଭିପି ପ୍ରାର୍ଥୀମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ନିର୍ବାଚନ ପ୍ରକ୍ରିୟାରେ ଅଂଶଗ୍ରହଣ କରିଥିବା ସମସ୍ତଙ୍କୁ ପ୍ରଶଂସା କରିଥିଲେ। ନବନିର୍ବାଚିତ ଛାତ୍ରନେତାମାନଙ୍କୁ ଛାତ୍ରଛାତ୍ରୀଙ୍କ ସମସ୍ୟାର ସମାଧାନ କରିବା ଏବଂ କ୍ୟାମ୍ପସ ଗୁଡ଼ିକରେ ସାଂଗଠନିକ କାର୍ଯ୍ୟକଳାପକୁ ଆହୁରି ସୁଦୃଢ଼ କରିବା ପାଇଁ ସେ ପରାମର୍ଶ ଦେଇଥିଲେ। ଛାତ୍ର ଜୀବନ ହେଉଛି ମଣିଷର ସବୁଠାରୁ ସୃଜନଶୀଳ ଓ ଶକ୍ତିଶାଳୀ ହେବାର ସମୟ। ଯୁବଶକ୍ତି ଭାବେ ଆଗକୁ ବଢ଼ିବା ସହ ସମାଜ ଓ ଦେଶ ପାଇଁ କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି। Post navigation Relief Package Announced for 3 Cyclone-Hit Districts: ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲ୍ଲା ପାଇଁ ବଡ଼ ରିଲିଫ୍ ଘୋଷଣା