ଆଜିଠାରୁ ବନ୍ଦ ହେଲା ପ୍ରସିଦ୍ଧ କେଦାରନାଥ ପୀଠ କପାଟ । ଶୀତଦିନର ଆଗମନ ଓ ପ୍ରବଳ ତୁଷାରପାତକୁ ଦୃଷ୍ଟିରେ ରଖି ଆଜିଠାରୁ ପ୍ରସିଦ୍ଧ କେଦାରନାଥ ଧାମର କପାଟ ଆନୁଷ୍ଠାନିକ ଭାବେ ବନ୍ଦ ହୋଇଛି । ଆଜି ସକାଳେ ବିଧିବିଧାନ ଅନୁଯାୟୀ ବିଶେଷ ପୂଜାର୍ଚ୍ଚନା ଶେଷ ହେବା ପରେ ସକାଳ ୮ଟା ୩୦ ମିନିଟ୍ରେ ମନ୍ଦିରର ଦ୍ୱାର ବନ୍ଦ କରାଯାଇଛି । ଏହା ସହିତ ଆଜି ପୂର୍ବାହ୍ନ ପ୍ରାୟ ୧୦ଟା ୩୦ ମିନିଟ୍ରେ ଗଙ୍ଗୋତ୍ରୀ ଧାମର କପାଟ ମଧ୍ୟ ବନ୍ଦ ହୋଇଛି। ଆସନ୍ତା ୬ ମାସ ପର୍ଯ୍ୟନ୍ତ କେଦାରନାଥ ଧାମ ବନ୍ଦ ରହିବ । ଏହି ଶୀତକାଳୀନ ସମୟରେ ପ୍ରଭୁ କେଦାରନାଥ ଉଁକାରେଶ୍ୱର ମନ୍ଦିର ରେ ବିରାଜମାନ କରିବେ । ଶ୍ରଦ୍ଧାଳୁମାନେ ଆସନ୍ତା ୬ ମାସ ପର୍ଯ୍ୟନ୍ତ ଓଁକାରେଶ୍ବର ମନ୍ଦିରରେ ବାବା କେଦାରନାଥଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରିପାରିବେ । ଅନ୍ୟପଟେ, ଆସନ୍ତା ୧୭ ତାରିଖରେ ବଦ୍ରିନାଥ ଧାମର କପାଟ ବନ୍ଦ ହେବା ନେଇ ସୂଚନା ମିଳିଛି । Post navigation Kolkata-Sairang Express Derails: ଆସାମରରେ କୋଲକାତା-ସାଇରାଙ୍ଗ ଏକ୍ସପ୍ରେସ୍ର ୬ଟି ବଗି ଲାଇନଚ୍ୟୁତ Mother and Son Assault Case in Kendrapada: ତାଳଚୁଆ ମେରାଇନ୍ ଥାନାରେ ମା’ ଓ ପୁଅଙ୍କୁ ମାଡ଼ ମାମଲା: ନିଲମ୍ବିତ IICଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ