ଆଗାମୀ ପୌର ନିର୍ବାଚନରେ ସାମାଜିକ ଓ ଶୈକ୍ଷିକ ପଛୁଆ ବର୍ଗ ଏବଂ ଅନ୍ୟାନ୍ୟ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ରହିପାରେ ବୋଲି ସୂଚନା ଦେଇଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର। ମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟ ସରକାର ଏହି ପ୍ରସଙ୍ଗକୁ ଅତ୍ୟନ୍ତ ଗୁରୁତ୍ୱର ସହ ଗ୍ରହଣ କରୁଛନ୍ତି। ମୁଖ୍ୟମନ୍ତ୍ରୀ ଏହି ବିଷୟ ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେଉଥିବାବେଳେ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ପୂର୍ବରୁ ଏକ SEBC କମିଶନ ମଧ୍ୟ ଗଠନ କରାଯାଇସାରିଛି। ସଠିକ୍ ସମୟରେ ନିର୍ବାଚନ କରିବା ପାଇଁ ସରକାର ସମସ୍ତ ଯୋଜନା କରୁଛନ୍ତି। ବର୍ତ୍ତମାନ ଏ ଦିଗରେ ପ୍ରଶାସନିକ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବାବେଳେ ବିଭିନ୍ନ ଅଞ୍ଚଳରେ ସୀମା ପୁନଃଗଠନ କାମ ଦ୍ରୁତ ଗତିରେ ଚାଲିଛି ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି। Post navigation Chameli Ojha’s Family Attacked in Kendrapada: ତିଖିରି ସରପଞ୍ଚ ଚାମେଲି ଓଝାଙ୍କ ପରିବାର ଉପରେ ଆକ୍ରମଣ, ୩ ଗୁରୁତର