ଆଜି ଅନୁଷ୍ଠିତ ହେବାକୁ ଯାଉଛି ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ୫୦ତମ ରାଜ୍ୟ କ୍ୟାବିନେଟ୍ ବୈଠକ। ଆଜି ସନ୍ଧ୍ୟା ସାଢ଼େ ୫ଟାରେ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ଏହି ବୈଠକରେ ରାଜ୍ୟର ବିଭିନ୍ନ ବିଭାଗର ପ୍ରସ୍ତାବ ଉପରେ ବିସ୍ତୃତ ଆଲୋଚନା କରାଯିବ।

ବିଶେଷକରି ଗଞ୍ଜାମ ଏବଂ ଗଜପତି ଜିଲ୍ଲାର ବନ୍ୟା ସ୍ଥିତିକୁ ନେଇ ବୈଠକରେ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା କରାଯିବାର କାର୍ଯ୍ୟସୂଚୀ ରହିଛି। ଆଜିର ଏହି ମିଟିଂରେ ମୁଖ୍ୟ ଶାସନ ସଚିବଙ୍କ ସମେତ ବିଭିନ୍ନ ବିଭାଗୀୟ ମନ୍ତ୍ରୀମାନେ ମଧ୍ୟ ଉପସ୍ଥିତ ରହିବେ। ତେବେ ରାଜ୍ୟ ସରକାର ଏହି ବୈଠକରୁ କେଉଁସବୁ ବଡ଼ ଏବଂ ନିର୍ଣ୍ଣାୟକ ପଦକ୍ଷେପ ନେଉଛନ୍ତି, ସେଥିପ୍ରତି ଏବେ ସମସ୍ତଙ୍କର ନଜର ରହିଛି।

Leave a Reply

Your email address will not be published. Required fields are marked *