ଜାପାନର କେନ୍ଦ୍ରୀୟ ଅଞ୍ଚଳରେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ରାତି ୧ଟା ୪ ମିନିଟ୍ ସମୟରେ ହୋଇଥିବା ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲ୍ରେ ୫.୭ ରହିଥିଲା। ଏହି ହଠାତ୍ ଝଟ୍କା ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା। ମିଳିଥିବା ସୂଚନା ଅନୁଯାୟୀ, ଆଇଚି ଏବଂ ଶିଜୁଓକା ପ୍ରିଫେକ୍ଚରରେ ଏହାର ପ୍ରଭାବ ସବୁଠାରୁ ଅଧିକ ଦେଖିବାକୁ ମିଳିଛି। ଏହି ପ୍ରାକୃତିକ ବିପର୍ଯ୍ୟୟରେ ୨୦ରୁ ଅଧିକ ବ୍ୟକ୍ତି ଆହତ ହୋଇଥିବା କଥା ଜଣାପଡ଼ିଛି। ତବେ ସୂଚନା ମୁତାବକ, ଶିଜୁଓକାର ପଶ୍ଚିମ ଭାଗରେ ମାଟିଠାରୁ ପ୍ରାୟ ୪୦ କିଲୋମିଟର ଗଭୀରତାରେ ଏହି ଭୂକମ୍ପର କେନ୍ଦ୍ରସ୍ଥଳ ରହିଥିଲା। ଭୂକମ୍ପର ପରିମାଣ ଅଧିକ ଥିଲେ ମଧ୍ୟ ସୁନାମି ଆସିବାର କୌଣସି ଆଶଙ୍କା ନାହିଁ ବୋଲି ଜଣାପଡ଼ିଛି। Post navigation CM Majhi’s Diwali Message: ପବିତ୍ର ଦୀପାବଳି ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ