ପବିତ୍ର ଦୀପାବଳି ଓ ମହାକାଳୀ ପୂଜା ଅବସରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟବାସୀଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି। ଆଲୋକ ଓ ଆନନ୍ଦର ଏହି ମହାନ ପର୍ବ ସମସ୍ତଙ୍କ ଜୀବନରେ ସୁଖ, ସମୃଦ୍ଧି ଓ ପ୍ରଗତିର ନୂତନ ଆଲୋକ ଭରିଦେଉ ବୋଲି ସେ କାମନା କରିଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଦୀପାବଳୀର ଅମ୍ଳାନ ଦୀପ ଅନ୍ଧକାର ଦୂର କରି ମନିଷ ଜୀବନକୁ ଆଲୋକିତ କରିଥାଏ ଏବଂ ଜୀବନର ସମସ୍ତ ଆହ୍ୱାନକୁ ସାମନା କରି ନୂତନ ଆଶା, ସ୍ୱପ୍ନ ଏବଂ ସୁଦୂର ପ୍ରସାରିତ ଲକ୍ଷ୍ୟ ଆଗରେ ରଖି ଏକ ସୁନ୍ଦର ପ୍ରଗତିଶୀଳ ଭବିଷ୍ୟତ ଗଢ଼ିବା ପାଇଁ ଏହି ପର୍ବ ପ୍ରେରଣା ଦେଇଥାଏ।

ଏହି ପରିପ୍ରେକ୍ଷୀରେ ସେ ରାଜ୍ୟବାସୀଙ୍କୁ ନିରାପଦ, ସୁରକ୍ଷିତ ଓ ପ୍ରଦୂଷଣମୁକ୍ତ ସବୁଜ ଦୀପାବଳି ପାଳନ କରିବା ପାଇଁ ଆହ୍ୱାନ ଦେଇଛନ୍ତି ଏବଂ ରାଜ୍ୟର ପ୍ରତିଟି ପରିବାରର ମଙ୍ଗଳ ଓ ସମୃଦ୍ଧି ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି।

Leave a Reply

Your email address will not be published. Required fields are marked *