kedargouri-temple-complex-declared-a-protected-monument-by-odisha-govt

ରାଜ୍ୟ ସରକାର ଭୁବନେଶ୍ୱରର ପୁରୁଣା ସହର (ଓଲ୍ଡ ଟାଉନ) ଅଞ୍ଚଳରେ ଥିବା ଐତିହାସିକ କେଦାରଗୌରୀ ମନ୍ଦିର ପରିସରକୁ ‘ସଂରକ୍ଷିତ ସ୍ମାରକୀ’ (Protected Monument) ଭାବେ ଘୋଷଣା କରିଛନ୍ତି । ଏନେଇ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ (OLLC) ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ପୂର୍ବରୁ ଜାରି ହୋଇଥିବା ପ୍ରାଥମିକ ବିଜ୍ଞପ୍ତିକୁ ଏହା ଚୂଡ଼ାନ୍ତ ଅନୁମୋଦନ ପ୍ରଦାନ କରିଛି ।

ଓଡ଼ିଶା ପ୍ରାଚୀନ ସ୍ମାରକୀ ସଂରକ୍ଷଣ ଆଇନ, ୧୯୫୬ (Orissa Act 12 of 1956)ର ଧାରା ୩ର ଉପଧାରା (୩) ଅନୁଯାୟୀ ଏହି ଘୋଷଣା କରାଯାଇଛି।

ସରକାରୀ ଅସାଧାରଣ ଗେଜେଟ୍‌ରେ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ୨୦୨୬ ଜୁନ୍ ୨୩ ତାରିଖରେ ଓଏଲଏଲସି ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ନଂ ୪୦୩୨କୁ ରାଜ୍ୟ ସରକାର ନିଶ୍ଚିତ କରିଛନ୍ତି । ଏହା ଅନୁସାରେ, ଖୋର୍ଦ୍ଧା ଜିଲ୍ଲାର ଭୁବନେଶ୍ୱର ଲିଙ୍ଗରାଜ ଥାନା ଅନ୍ତର୍ଗତ ପୁରୁଣା ସହର ଅଞ୍ଚଳରେ ଅବସ୍ଥିତ କେଦାରଗୌରୀ ମନ୍ଦିର ପରିସରକୁ ଉକ୍ତ ଆଇନ ଅନୁଯାୟୀ ସଂରକ୍ଷିତ ସ୍ମାରକୀ ଭାବେ ମାନ୍ୟତା ଦିଆଯାଇଛି।

ଏହି ଘୋଷଣା ପରେ ପ୍ରାଚୀନ କେଦାରଗୌରୀ ମନ୍ଦିର ପରିସରର ସଂରକ୍ଷଣ, ରକ୍ଷଣାବେକ୍ଷଣ ଓ ଐତିହ୍ୟର ସୁରକ୍ଷା ଦାୟିତ୍ୱ ଏଣିକି ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗ ହାତକୁ ଯିବ । ଏହା ଫଳରେ ଏହି ଐତିହାସିକ ମନ୍ଦିର ପରିସରର ସୁରକ୍ଷା ଓ ରକ୍ଷଣାବେକ୍ଷଣ କାର୍ଯ୍ୟ ଅଧିକ ସୁବ୍ୟବସ୍ଥିତ ହେବା ଆଶା କରାଯାଉଛି ।

kedargouri-temple-complex-declared-a-protected-monument-by-odisha-govt

By Nirvay

Leave a Reply

Your email address will not be published. Required fields are marked *