ପୁରୀରେ ଚଳିତ ବର୍ଷ କାର୍ତ୍ତିକ ମାସରେ ହେବାକୁ ଥିବା ହବିଷ୍ୟାଳୀ ବ୍ରତ ପାଇଁ ରାଜ୍ୟ ସରକାର ୩.୩୦ କୋଟି ଟଙ୍କା ଅନୁମୋଦନ କରିଛନ୍ତି । ହବିଷ୍ୟାଳୀ ମା’ମାନଙ୍କ ରହଣି, ଖାଦ୍ୟ, ଯାତାୟାତ ଓ ଅନ୍ୟାନ୍ୟ ସୁବିଧା ଯୋଗାଇବା ପାଇଁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏହି ଅର୍ଥ ଅନୁମୋଦନ କରିଛି ।

ହବିଷ୍ୟାଳୀ ମା’ମାନଙ୍କ ପାଇଁ ପୁରୀର ବିଭିନ୍ନ କେନ୍ଦ୍ରରେ ଏକ ମାସ ଧରି ସୁରକ୍ଷିତ ରହଣି ବ୍ୟବସ୍ଥା କରାଯିବ । ଏଥିସହ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ, ମହାପ୍ରସାଦ ସେବନ, ଭଜନ-କୀର୍ତ୍ତନ ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯିବ । ବ୍ରତ ପାଳନ ସମୟରେ ହବିଷ୍ୟାଳୀମାନେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନହୁଅନ୍ତି, ସେଥିପାଇଁ ସରକାର ସ୍ୱତନ୍ତ୍ର ବ୍ୟବସ୍ଥା କରିଛନ୍ତି ।

କାର୍ତ୍ତିକ ମାସରେ ପୁରୀକୁ ଅଧିକ ଶ୍ରଦ୍ଧାଳୁ ଆସୁଥିବାରୁ ହବିଷ୍ୟାଳୀ ମା’ମାନଙ୍କ ସୁବିଧା ପାଇଁ ଯାନବାହନ ବ୍ୟବସ୍ଥା ଓ ସ୍ୱେଚ୍ଛାସେବୀ ମୁତୟନ କରାଯିବ । ଏଥିସହ ଭିଡ଼ ନିୟନ୍ତ୍ରଣ, ଶୃଙ୍ଖଳିତ ଦର୍ଶନ, ପରିମଳ, ପାନୀୟ ଜଳ ଓ ନିରବଚ୍ଛିନ୍ନ ବିଦ୍ୟୁତ୍‌ ଯୋଗାଣ ସହ ଆବଶ୍ୟକୀୟ ଅନ୍ୟାନ୍ୟ ସୁବିଧା ସୁନିଶ୍ଚିତ କରାଯିବ ।

By Nirvay

Leave a Reply

Your email address will not be published. Required fields are marked *