ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ହୋଇଥିବା ପ୍ରବଳ ବର୍ଷା ଏବଂ ଏହାଫଳରେ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ରାଜ୍ୟ ସରକାର ଗଞ୍ଜାମ ଜିଲ୍ଲାକୁ ଅତିରିକ୍ତ ୨୦ କୋଟି ଟଙ୍କା ପ୍ରଦାନ କରିଛନ୍ତି। ଏହାକୁ ମିଶାଇ ଜିଲ୍ଲା ପାଇଁ ମୋଟ ଆର୍ଥିକ ସହାୟତା ରାଶି ୨୫ କୋଟି ଟଙ୍କାରେ ପହଞ୍ଚିଛି। ରାଜ୍ୟରେ ବାତ୍ୟା ପରବର୍ତ୍ତୀ ବନ୍ୟା ସ୍ଥିତିକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ରିଲିଫ୍ କମିଶନର (SRC) ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏହି ଅତିରିକ୍ତ ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ପ୍ରକାଶଥାଉ କି, ପୂର୍ବରୁ ରାଜ୍ୟ ସରକାର ଉଦ୍ଧାର ଓ ରିଲିଫ୍ କାର୍ଯ୍ୟକୁ ସହାୟତା କରିବା ନିମନ୍ତେ ଗଞ୍ଜାମ ଜିଲ୍ଲାକୁ ୫ କୋଟି ଟଙ୍କା ମଞ୍ଜୁର କରିଥିଲେ। ବାତ୍ୟାଜନିତ ପ୍ରବଳ ବର୍ଷା ଯୋଗୁଁ ଓଡ଼ିଶାର ଯେଉଁସବୁ ଜିଲ୍ଲା ପ୍ରଭାବିତ ହୋଇଛି, ସେଥିମଧ୍ୟରୁ ଗଞ୍ଜାମ ସର୍ବାଧିକ କ୍ଷତିଗ୍ରସ୍ତ ହୋଇ ସବୁଠାରୁ ଖରାପ ସ୍ଥିତିର ସମ୍ମୁଖୀନ ହୋଇଛି। ଏହାକୁ ଆଖିଆଗରେ ରଖି ରାଜ୍ୟ ସରକାର ରିଲିଫ୍ ଏବଂ ଦୁର୍ବିପାକ ପରିଚାଳନା ବ୍ୟବସ୍ଥାକୁ ଅଧିକ ବ୍ୟାପକ କରିଛନ୍ତି। ସରକାରଙ୍କ ଏହି ନୂତନ ପାଣ୍ଠି ଆବଣ୍ଟନ ଜିଲ୍ଲାରେ ଚାଲିଥିବା ଉଦ୍ଧାର ଓ ରିଲିଫ୍ କାର୍ଯ୍ୟକୁ ଆହୁରି ମଜବୁତ କରିବ ଏବଂ ବନ୍ୟା ପ୍ରଭାବିତ ଜନସାଧାରଣଙ୍କୁ ସହାୟତା ଯୋଗାଇବାରେ ସହାୟକ ହେବ ବୋଲି ଆଶା କରାଯାଉଛି। Post navigation CM Conducts Aerial Survey of Flood-Hit Southern Odisha: ଆକାଶମାର୍ଗରୁ ବନ୍ୟାଞ୍ଚଳ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ 3 dead in Kandhamal landslide: କନ୍ଧମାଳରେ ଭୂସ୍ଖଳନ: ତିନି ମୃତ, ୪ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଘୋଷଣା କେଲେ ମୁଖ୍ୟମନ୍ତ୍ରୀ