କୋଟିଆ ଓଡ଼ିଶାର ଥିଲା, ଅଛି ଏବଂ ରହିବ । କୌଣସି ପରିସ୍ଥିତିରେ କୋଟିଆକୁ ଆନ୍ଧ୍ରପ୍ରଦେଶକୁ ଦିଆଯିବ ନାହିଁ ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି । ଲୋକସେବା ଭବନରେ କୋଟିଆ ସମ୍ପର୍କିତ ଉଚ୍ଚସ୍ତରୀୟ କମିଟି ବୈଠକ ପରେ ମନ୍ତ୍ରୀ ଏହା କହିଛନ୍ତି ।

ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟ ଶାସନ ସଚିବଙ୍କ ସମେତ କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ । ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଏବଂ କୋରାପୁଟ ଜିଲ୍ଲାପାଳ ଭର୍ଚୁଆଲ୍ ମାଧ୍ୟମରେ ବୈଠକରେ ଯୋଗ ଦେଇଥିଲେ । ବୈଠକରେ କୋଟିଆ ଅଞ୍ଚଳରେ ଚାଲିଥିବା ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରାଯିବା ସହ ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ନେଇ ଆଲୋଚନା ହୋଇଥିଲା ।

ମନ୍ତ୍ରୀ କହିଥିଲେ ଯେ, କୋଟିଆର ବିକାଶ ପାଇଁ ସରକାର ସମସ୍ତ ଆବଶ୍ୟକ ପଦକ୍ଷେପ ନେଇଛନ୍ତି । କୋଟିଆ ଓଡ଼ିଶାର ଅସ୍ମିତାର ପ୍ରତୀକ ହୋଇଥିବାରୁ ଏହାର ବିକାଶ ଅତ୍ୟନ୍ତ ଜରୁରୀ । ଏହା ସହିତ କୋଟିଆ ଉପରେ ଆନ୍ଧ୍ରପ୍ରଦେଶ କାହିଁକି ଦାବି କରୁଛି ବୋଲି ସେ ପ୍ରଶ୍ନ ଉଠାଇଥିଲେ ।

By Nirvay

Leave a Reply

Your email address will not be published. Required fields are marked *