ସୀମାନ୍ତ କୋଟିଆ ଅଞ୍ଚଳରେ ଆନ୍ଧ୍ରପ୍ରଦେଶର ବାରମ୍ବାର ଅନୁପ୍ରବେଶ ଓ ନିର୍ବାଚନ ମାହୋଲ ସୃଷ୍ଟି ପ୍ରତିବାଦରେ ବିଜୁ ଜନତା ଦଳ କଠୋର ଆଭିମୁଖ୍ୟ ଗ୍ରହଣ କରିଛି। ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ୧୫ ଜଣିଆ ଉଚ୍ଚସ୍ତରୀୟ ପ୍ରତିନିଧିଦଳ ଆସନ୍ତାକାଲି କୋରାପୁଟ ଜିଲ୍ଲାର ବିବାଦୀୟ କୋଟିଆ ପଞ୍ଚାୟତ ଗସ୍ତ କରିବେ।

ଆନ୍ଧ୍ରପ୍ରଦେଶ ସରକାର କୋଟିଆର କିଛି ଗାଁରେ ସ୍ଥାନୀୟ ନିର୍ବାଚନ କରାଇବା ପାଇଁ ପ୍ରକ୍ରିୟା ଆରମ୍ଭ କରିଥିବା ବେଳେ, ସେଠାକାର ବାସ୍ତବ ସ୍ଥିତି ଅନୁଧ୍ୟାନ କରିବା ପାଇଁ ଏହି ପ୍ରତିନିଧିଦଳ କୋଟିଆ ଗସ୍ତ କରୁଛନ୍ତି। ଏହି ପ୍ରତିନିଧି ଦଳ ର ସଦସ୍ୟ ମାନେ ହେଲେ ବିଧାୟକ ମନୋହର ରନ୍ଧାରୀ ପୂର୍ବତନ ମନ୍ତ୍ରୀ ରମେଶ ମାଝୀ, ଜଗନ୍ନାଥ ସାରକା, ରବିନାରାୟଣ ନନ୍ଦ , ପୂର୍ବତନ ସାଂସଦ ଝିନ ହିକକା,ଓ ପ୍ରଦୀପ ମାଝୀ ପୂର୍ବତନ ବିଧାୟକ ପ୍ରଭୁ ଜାନି, ମାନସ ମାଡକାମୀ, ରଘୁରାମ ପଡାଲ, ପ୍ରଫୁଲ ପାଙ୍ଗି, ପ୍ରିତମ ପାଢ଼ୀ, ବିଜେଡି ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର, ବିଜେଡି ଆଦିବାସୀ ସେଲ ସାଧାରଣ ସମ୍ପାଦକ କୌଶଲ୍ୟା ହିକକା , କୋରାପୁଟ ଜିଲ୍ଳା ପରିଷଦ ସଭାପତି ସସ୍ମିତା ମେଲେକା ଓ କୋରାପୁଟ ପୌର ପରିଷଦ ଅଧ୍ୟକ୍ଷ ଲଲାଟ ରଞ୍ଜନ ସେଠୀ।

ଏହି ପ୍ରତିନିଧି ଦଳ କୋଟିଆ ଅଂଚଳର ଲୋକ ମାନଙ୍କ ସହ ଆଲୋଚନା କରିବା ସହିତ, ଉପାନ୍ତ ଅଞ୍ଚଳ ପରିଦର୍ଶନ କରିବ ଏବଂ ଜିଲ୍ଳା ପ୍ରଶାସନ ସହ ମଧ୍ୟ ଆଲୋଚନା କରିବ।

ସୂଚନା ଯୋଗ୍ୟ ଯେ କୋଟିଆ ରେ ଆନ୍ଧ୍ର ସରକାର ପଂଚାୟତ ନିର୍ବାଚନ ଘୋଷଣା କରିବା ପରେ ରାଜ୍ୟ ର ବିଭିନ୍ନ ମହଲ ରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ପତ୍ର ଲେଖି ଉଭୟ ଆନ୍ଧ୍ର ଓ ଓଡିଶାରେ ଡବଲ ଇଞ୍ଜିନ ସରକାର ଥିବା ବେଳେ ଓଡ଼ିଆ ସ୍ୱାଭିମାନ ଉପରେ ଏପରି ଆକ୍ରମଣ ତଥା ଓଡ଼ିଶା ର ସ୍ୱାର୍ଥ ରକ୍ଷା ରେ ରାଜ୍ୟ ସରକାର ଙ୍କ ବିଫଳତା ରେ ଉଦବେଗ ପ୍ରକାଶ କରି ତୁରନ୍ତ ପଦକ୍ଷେପ ନେବା ପାଇଁ ପଟ୍ଟନାୟକ ଦାବୀ ଜଣାଇଛନ୍ତି।

ଗସ୍ତ ଶେଷ ହେବା ପରେ ଏହି ଉଚ୍ଚସ୍ତରୀୟ ଟିମ୍ ନିଜର ଅନୁଧ୍ୟାନ ରିପୋର୍ଟ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ପ୍ରଦାନ କରିବେ ବୋଲି ଜଣାପଡ଼ିଛି ।

Leave a Reply

Your email address will not be published. Required fields are marked *