କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ଦେଶର ୫ଟି ଶାସ୍ତ୍ରୀୟ ଭାଷା ପାଇଁ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା ନିମନ୍ତେ ଅନୁମୋଦନ ମିଳିଛି । ତନ୍ମୋଧ୍ୟରୁ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟଠାରେ ‘ଶାସ୍ତ୍ରୀୟ ପାଲି ଭାଷା ଉତ୍କର୍ଷ କେନ୍ଦ୍ର’ (Centre of Excellence) ପ୍ରତିଷ୍ଠାକୁ ଶିକ୍ଷା ମନ୍ତ୍ରଣାଳୟର ଅନୁମୋଦନ ମିଳିଛି । ଏହି ପଦକ୍ଷେପ ପ୍ରାଚୀନ ମଧ୍ୟ-ଭାରତୀୟ ଆର୍ଯ୍ୟ ଭାଷା ପାଲି ଭାଷାର ଅଧ୍ୟୟନ, ବୌଦ୍ଧିକ ଚିନ୍ତନ, ସଂରକ୍ଷଣ, ଗବେଷଣା ଓ ପ୍ରସାରକୁ ଆହୁରି ସୁଦୃଢ଼ କରିବ ଏବଂ ଆଧ୍ୟାତ୍ମିକ ପରମ୍ପରା ସହ ଜଡ଼ିତ ପାଲି ଭାଷାର ସଂରକ୍ଷଣ ଓ ପ୍ରଚାର-ପ୍ରସାରରେ ଏହି କେନ୍ଦ୍ର ଯୁଗାନ୍ତକାରୀ ଭୂମିକା ଗ୍ରହଣ କରିବ । କୋରାପୁଟ ଜିଲ୍ଲା, ସୁନାବେଡ଼ାସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଶାସ୍ତ୍ରୀୟ ପାଲି ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା ପାଇଁ ଶିକ୍ଷା ମନ୍ତ୍ରଣାଳୟର ଅନୁମୋଦନକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ୱାଗତ କରିବା ସହ ଅଭିନନ୍ଦନ ଜଣାଇଛନ୍ତି । ଏହି କେନ୍ଦ୍ର ମାଧ୍ୟମରେ ପାଲି ଭାଷାକୁ ନେଇ ଗବେଷଣା, ଅଧ୍ୟୟନ ଓ ଶିକ୍ଷା କ୍ଷେତ୍ରରେ ନୂଆ ସୁଯୋଗ ସୃଷ୍ଟି ହେବ। ଏଥିସହ ଭାରତର ପ୍ରାଚୀନ ଜ୍ଞାନ ପରମ୍ପରା ଓ ଭାଷାଗତ ଐତିହ୍ୟର ସଂରକ୍ଷଣରେ ଏହା ଗୁରୁତ୍ୱପୂର୍ଣ୍ଣ ଯୋଗଦାନ କରିବ । ଓଡ଼ିଶା ଭାରତର ସମୃଦ୍ଧ ସଭ୍ୟତା ଓ ସାଂସ୍କୃତିକ ଐତିହ୍ୟର ସଂରକ୍ଷଣରେ ସର୍ବଦା ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଆସିଛି। ଏହି ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା ଓଡ଼ିଶାର ଏହି ଅବଦାନକୁ ଆହୁରି ମଜଭୁତ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି । Post navigation Pranavi Urs Creates History with India’s First-Ever Women’s Golf Gold at Asian Games Mulashtami Rituals Begin: ମୂଳାଷ୍ଟମୀରୁ ମା’ଙ୍କ ଷୋଡ଼ଶ ଉପଚାର ପୂଜା ଆରମ୍ଭ