କେନ୍ଦ୍ର ସରକାରଙ୍କ ଦ୍ୱାରା ଆଗତ ଏମ୍ଏମ୍ଡିଆର୍-୨୬ ସଂଶୋଧନ ବିଲ୍ ସୁପ୍ରିମ୍ କୋର୍ଟରେ ଆଇନଗତ ଭାବେ ତିଷ୍ଠି ପାରିବ ନାହିଁ ବୋଲି ବରିଷ୍ଠ ନେତା ତଥା ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର କହିଛନ୍ତି । ସେ କହିଛନ୍ତି ଜାନକୀବଲ୍ଲଭ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ଵ କାଳରେ ଓଡ଼ିଶା ସେସ୍ ଆକ୍ଟ ତିଆରି କରିଥିଲେ, ଯାହା ସୁପ୍ରିମକୋର୍ଟରେ ଖାରଜ ହୋଇଥିଲା । କାରଣ ସେଇ ଅଧିକାର ରାଜ୍ୟ ସରକାରଙ୍କ ନ ଥିଲା । ବିଜୁ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ଵ କାଳରେ ମୁଁ ଆଇନମନ୍ତ୍ରୀ ଥିଲି । ସେତେବେଳେ ମତେ ଗୋଟିଏ ବିଲ୍ ତିଆରି ଦାୟିତ୍ୱ ଦିଆଯାଇଥିଲା, ତାହା ହେଲା ଟ୍ୟାକ୍ସ ଅନ ମିନେରାଲ ବିୟରିଂ ଲ୍ୟାଣ୍ଡ । ବିଲ ଅନୁସାରେ ଜମି ଉପରେ ରାଜ୍ୟ ସରକାରଙ୍କ ସମ୍ପୂର୍ଣ୍ଣ କ୍ଷମତା ରହିବ । ଖଣିଜ ଭରା ଜମି ଉପରେ । ବିଲର ମୂଳ ଅଂଶ ଥିଲା ଏହା । ଖଣିଜ ସମ୍ପଦ କହିଲେ ସିନା ବେଆଇନ ହେବ, କିନ୍ତୁ ନୂତନ ବ୍ୟବସ୍ଥା କରାଗଲା, ଯେଉଁ ଜମି ତଳେ ଖଣି ଅଛି ତା ଉପରେ ଟ୍ୟାକ୍ସ ନିଆଯିବ । ରାଜ୍ୟ ସରକାର ସୁପ୍ରିମ କୋର୍ଟକୁ ଗଲା, କିନ୍ତୁ ସରକାର ହାରିଗଲା । ସରକାର ପ୍ରଥମେ ହାରିଥିଲେ ବି ପରବର୍ତ୍ତୀ ସମୟରେ ୧୫ ଜାନୁଆରୀ ୨୦୦୪ରେ ସୁପ୍ରିମ୍ କୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇ ରାଜ୍ୟ ସରକାରଙ୍କର ଜମି ଉପରେ କ୍ଷମତା ଓ ଅଧିକାର ରହିଛି ବୋଲି ସ୍ୱୀକୃତି ଦେଇଥିଲେ । ସେଇ ଅଧିକାର ଆମକୁ ମିଳିବା କଥା କିନ୍ତୁ ମିଳିଲା ନାହିଁ । ରାଜ୍ୟର ଖଣିଜ ସମ୍ପଦ ଓ ଅଧିକାର ବିଷୟରେ ନିଜର ଆଇନଗତ ଅଭିଜ୍ଞତା ପ୍ରକାଶ କରି ସେ କହିଛନ୍ତି ବର୍ତ୍ତମାନ ସୁପ୍ରିମ କୋର୍ଟ କହିଛନ୍ତି, ଯଦି ସେଇ ଆଇନ ଲାଗୁ କରାଯାଏ, ତେବେ ବର୍ଷକୁ ୧୨ ହଜାର କୋଟି ଟଙ୍କା ରାଜ୍ୟକୁ ଲାଭ ହେବ । ଟାଟା ଷ୍ଟୀଲ୍ ଅନୁସନ୍ଧାନ କରିଥିଲା, ଯାହା ପ୍ରାୟ ୧୭ ହଜାର କୋଟି ଟଙ୍କା କେନ୍ଦ୍ରାଧୀନ ସଂସ୍ଥା ଉପରେ ରାଜ୍ୟ ସରକାରଙ୍କ ରାଜସ୍ୱ ବାକିଆ ଅଛି, ଯାହା ମିଳିବା କଥା, କିନ୍ତୁ ମିଳିଲା ନାହିଁ । ଏଵେ ପୁଣି ଏକ ନୂତନ ରାୟ ପ୍ରକାଶ ପାଇଛି ଯେ ମିନେରାଲ ବିୟରିଂ ଲ୍ୟାଣ୍ଡ ଉପରେ ସରକାର ଟିକସ୍ ପକାଇ ପାରିବ, ଯେଉଁ ଦିନଠୁ ଦାବି ହୋଇଥିଲା, ସେଇ ଦିନଠାରୁ ହିସାବ ହୋଇ କେନ୍ଦ୍ର ରାଜ୍ୟକୁ ଦେବା କଥା । କେନ୍ଦ୍ର ସୁପ୍ରିମକୋର୍ଟକୁ କହିଲେ ଯଦି ଏକାଥରକେ ଏତେ ଅର୍ଥ ଦିଆଯିବ, ତେବେ କେନ୍ଦ୍ର ଦେବାଳିଆ ହୋଇଯିବ ଏବଂ ଆମେ ଏକସାଥିରେ ଏତେ ଟଙ୍କା ଦେଇ ପାରିବୁ ନାହିଁ । ଏବଂ କେନ୍ଦ୍ର ସରକାର କିସ୍ତି ଆକାରେ ଅର୍ଥପ୍ରଦାନ କରିବାକୁ ସୁପ୍ରିମ କୋର୍ଟଙ୍କ ନିକଟରେ ପ୍ରାର୍ଥନା କଲେ, ଯାହା ସୁପ୍ରିମକୋର୍ଟ ଗ୍ରହଣ କରିଥିଲା । ପରବର୍ତ୍ତୀ ସମୟରେ କେନ୍ଦ୍ର ଟିକସ୍ ଦେବା କଥା ରାଜ୍ୟ ମାଗିବା କଥା, କିନ୍ତୁ ରାଜ୍ୟ ମାଗିଲା ନାହିଁ କିମ୍ବା କେନ୍ଦ୍ର ଦେଲା ନାହିଁ । ଫଳରେ ରାଜ୍ୟ ସରକାରଙ୍କ ବିପୁଳ କ୍ଷତି ହେଲା । ତେବେ ଏମଏମଡିଆର-୨୬ ସଂଶୋଧନ ବିଲ୍ ସୁପ୍ରିମ କୋର୍ଟରେ ନିଶ୍ଚୟ କାଟ ଖାଇବ, ଏଥିରେ ସନ୍ଦେହ ନାହିଁ । Post navigation Mahanadi River Water Dispute: ମହାନଦୀ ଜଳ ବିବାଦ: ଅକ୍ଟୋବର ୧ରେ ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ Odisha Vigilance Action: ଗତ ୨ ବର୍ଷରେ ୨୪୦ ଲାଞ୍ଚୁଆ ସରକାରୀ ବାବୁଙ୍କ ନାଁରେ ହୋଇଛି ଭିଜିଲାନ୍ସ ମାମଲା: ମୁଖ୍ୟମନ୍ତ୍ରୀ ମୋହନ ମାଝୀ