ଦୀର୍ଘଦିନ ଧରି ଚାଲିଆସୁଥିବା ମହାନଦୀ ଜଳ ବିବାଦର ସ୍ଥାୟୀ ସମାଧାନ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି ଘଟିଛି। ଆସନ୍ତା ଅକ୍ଟୋବର ୧ ତାରିଖରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିବାକୁ ଯାଉଛି । ଏ ନେଇ ସୂଚନା ଦେଇଛନ୍ତି ଆଡଭୋକେଟ୍ ଜେନେରାଲ୍ ପୀତାମ୍ବର ଆଚାର୍ଯ୍ୟ । ସେ କହିଛନ୍ତି ଏହି ବୈଠକରେ ଓଡ଼ିଶା ଓ ଛତିଶଗଡ଼ ଦ୍ୱୟ ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗଦେଇ ମହାନଦୀ ଜଳ ବଣ୍ଟନ ପ୍ରସଙ୍ଗରେ ବିସ୍ତୃତ ଆଲୋଚନା କରିବେ। ସେଣ୍ଟ୍ରାଲ୍ ୱାଟର କମିଶନ୍ ର ମଧ୍ୟସ୍ଥତାରେ ଦୁଇ ରାଜ୍ୟ ମଧ୍ୟରେ ଜଳ ବଣ୍ଟନର ଏକ ଗ୍ରହଣୀୟ ସୂତ୍ର ବାହାର କରିବା ପାଇଁ ବର୍ତ୍ତମାନ ପ୍ରକ୍ରିୟା ଜାରି ରହିଛି। ଏହି ବୈଠକ ମାଧ୍ୟମରେ ଦୀର୍ଘ ଦିନର ବିବାଦର ଏକ ଶୁଭ ସମାଧାନ ବାହାରିବ ବୋଲି ଆଶା କରାଯାଉଛି। Post navigation गुलवीर सिंह ने रचा इतिहास, एशियाई खेलों में दो व्यक्तिगत सिल्वर पदक जीतने वाले पहले भारतीय बने Narasingha Mishra Slams Centre and State: ଏମଏମଡିଆର-୨୬ ସଂଶୋଧନ ବିଲ୍ ସୁପ୍ରିମ କୋର୍ଟରେ ନିଶ୍ଚୟ କାଟ ଖାଇବ: ବରିଷ୍ଠ ନେତା ନରସିଂହ ମିଶ୍ର