ପୁଣି ସୃଷ୍ଟି ହେଲା ଲଘୁଚାପ । କେନ୍ଦ୍ରୀୟ ଥାଇଲାଣ୍ଡ ଉପରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ଦକ୍ଷିଣମିଆଁମାର ଉପକୂଳ ଉପରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଯାହାଫଳରେ ଆଗାମୀ ଦିନରେ ପାଣିପାଗରେ ପରିବର୍ତ୍ତନ ଏବଂ ବର୍ଷାର ସମ୍ଭାବନା ରହିଛି ।ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶା ସମେତ ସାରା ରାଜ୍ୟରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ବାୟୁମଣ୍ଡଳର ୯.୪ କିଲୋମିଟର ଉଚ୍ଚତା ଯାଏଁ ଏହି ଘୂର୍ଣ୍ଣିବଳୟ ବ୍ୟାପି ରହିଛି। ଆଗାମୀ ସମୟରେ ଏହା ଆଣ୍ଡାମାନ ଓ ମିଆଁମାର ସଂଲଗ୍ନ ଭୂଭାଗ ଆଡ଼କୁ ପ୍ରବେଶ କରିବାର ସମ୍ଭାବନା ରହିଛି।

ଏହାପରେ, ଏହି ସିଷ୍ଟମ ଉତ୍ତର-ପୂର୍ବ ବଙ୍ଗୋପସାଗର ଏବଂ ଏହାର ସଂଲଗ୍ନ ବାଂଲାଦେଶ ଆଡ଼କୁ ଅଗ୍ରସର ହେବାର ପୂର୍ବାନୁମାନ କରାଯାଇଛି। ଏହା ପ୍ରଭାବରେ ସମ୍ପୃକ୍ତ ଅଞ୍ଚଳଗୁଡ଼ିକରେ ବର୍ଷାର ପରିମାଣ ବୃଦ୍ଧି ପାଇପାରେ।

 

 

 

 

Leave a Reply

Your email address will not be published. Required fields are marked *