schools-shut-in-5-districts-over-heavy-rainfall-warning
ପାଣିପାଗ ବିଭାଗର ପ୍ରବଳ ବର୍ଷା ଆକଳନକୁ ଦୃଷ୍ଟିରେ ରଖି ଆଜି, ଶନିବାର ରାଜ୍ୟର ୫ଟି ଜିଲ୍ଲାରେ ସ୍କୁଲ୍ ବନ୍ଦ ରହିଛି । ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ସମ୍ପୃକ୍ତ ଜିଲ୍ଲା ପ୍ରଶାସନ ଏହି ନିଷ୍ପତ୍ତି ନେଇଛି ।
 
କଟକ, ମାଲକାନଗିରି, ନବରଙ୍ଗପୁର ଓ ନୂଆପଡ଼ା ଜିଲ୍ଲାର ସମସ୍ତ ସ୍କୁଲ୍ ପାଇଁ ଆଜି ଛୁଟି ଘୋଷଣା କରାଯାଇଛି । ଏହା ସହ ଭଦ୍ରକ ଜିଲ୍ଲାର ୭ଟି ବ୍ଲକ୍‌ରେ ମୋଟ ୩୯୯ଟି ସ୍କୁଲ୍ ବନ୍ଦ ରହିଛି ।
 
ଏହି ଛୁଟି ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଏବଂ ଘରୋଇ ସ୍କୁଲ୍‌ଗୁଡ଼ିକ ପାଇଁ ଲାଗୁ ହୋଇଛି । ଲଗାଣ ବର୍ଷା ଯୋଗୁଁ ଯାତାୟାତ ଓ ଅନ୍ୟାନ୍ୟ ସମ୍ଭାବ୍ୟ ସମସ୍ୟାକୁ ଏଡ଼ାଇବା ସହ ଛାତ୍ରଛାତ୍ରୀଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଲକ୍ଷ୍ୟରେ ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି ।
 
ଉଲ୍ଲେଖଯୋଗ୍ୟ, ବଙ୍ଗୋପସାଗର ଉପରେ ସୃଷ୍ଟ ଏକ ଲଘୁଚାପ କ୍ଷେତ୍ର ସମଗ୍ର ଓଡ଼ିଶାରେ ଚିନ୍ତା ସୃଷ୍ଟି କରିଛି । ରାଜ୍ୟର ଅନେକ ଅଂଶରେ ଜଳମଗ୍ନ ସ୍ଥିତି ଥିବା ବେଳେ ଏହା ପ୍ରଭାବରେ ପରିସ୍ଥିତି ଆହୁରି ସଙ୍ଗୀନ ହେବ ନେଇ ଆଶଙ୍କା କରାଯାଉଛି ।

By Nirvay

Leave a Reply

Your email address will not be published. Required fields are marked *