ନିର୍ବାଚନ ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ ଆଣି ଭୁବନେଶ୍ୱରସ୍ଥିତ ମୁଖ୍ୟ ନିର୍ବାଚନ ଅଧିକାରୀ (CEO)ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଏକ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। କଂଗ୍ରେସ ପକ୍ଷରୁ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଏବଂ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି । ଏହାରି ମଧ୍ୟରେ ବିଗତ ଆଠ ଦିନ ହେବ ଜ୍ଵର ଜନିତ ଅସୁସ୍ଥତା ପାଇଁ ନିୟମିତ ଔଷଧ ସେବନ କରୁଥିଲେ ମଧ୍ୟ, ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରେ ବ୍ୟସ୍ତ ରହିବା ଯୋଗୁଁ ଆବଶ୍ୟକୀୟ ବିଶ୍ରାମ ପାଇ ପାରିନଥିଲେ। ଫଳସ୍ୱରୂପ, ଆଜି ପିସିସିର ଏକ ବିଶାଳ ସମାବେଶ ଏବଂ ଘେରାଉ ଆନ୍ଦୋଳନ ସମୟରେ ସେ ଅସୁସ୍ଥ ହୋଇପଡ଼ିଥିଲେ। ଡାକ୍ତରୀ ପରୀକ୍ଷା ପରେ ତାଙ୍କର ରକ୍ତଚାପ ଏବଂ ବ୍ଲଡ୍ ସୁଗାର ସ୍ତର ବୃଦ୍ଧି ପାଇଥିବା ବେଳେ ଅମ୍ଳଜାନ ସ୍ତର କମ୍ ଥିବା ଜଣାପଡ଼ିଛି।ତେଣୁ, ଡାକ୍ତରମାନେ ତାଙ୍କୁ ଚିକିତ୍ସା ପାଇଁ ଏକ ସପ୍ତାହ ପର୍ଯ୍ୟନ୍ତ ହସ୍ପିଟାଲରେ ଭର୍ତ୍ତି ହେବାକୁ ପରାମର୍ଶ ଦେଇଛନ୍ତି। Post navigation PM Mementos e-Auction 2026: ପ୍ରଧାନମନ୍ତ୍ରୀଙ୍କ ସ୍ମୃତିଚିହ୍ନର ଇ-ନିଲାମୀରେ ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟର ଝଲକ