ନିମାପଡ଼ା ରାଜନୀତିରେ ପୁଣି ଥରେ ଉଷ୍ମତା ବୃଦ୍ଧି ପାଇଛି। ପୂର୍ବତନ ନିମାପଡ଼ା ବିଧାୟକ ତଥା ବିଜେପି ନେତା ସମୀର ରଞ୍ଜନ ଦାଶ ଆଗାମୀ ୨୦୨୯ ବିଧାନସଭା ନିର୍ବାଚନରେ ନିମାପଡ଼ା ଆସନରୁ ପ୍ରାର୍ଥୀ ହେବେ ବୋଲି ସ୍ପଷ୍ଟ ଘୋଷଣା କରିଛନ୍ତି। ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ପୂର୍ବରୁ ନିମାପଡ଼ା ନଗର ମଣ୍ଡଳ ଦଳୀୟ ବ୍ୟାନରରେ ଆୟୋଜିତ ଏକ ବିଶାଳ ଯୁବ ସମାବେଶରେ ଶକ୍ତି ପ୍ରଦର୍ଶନ କରି ସେ ଏହି ବଡ଼ ବୟାନ ଦେଇଛନ୍ତି। ଏହି ସମାବେଶରେ ଉଦ୍ବୋଧନ ଦେଇ ସମୀର ଦାଶ ନିମାପଡ଼ାର ସାଂସଦ ତଥା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କୁ ସମାଲୋଚନା କରିଛନ୍ତି। ନିଜ ବକ୍ତବ୍ୟରେ ସେ ଅଭିଯୋଗ କରିଛନ୍ତି ଯେ, ତାଙ୍କ ନେତୃତ୍ୱ ସମୟରେ ନିମାପଡ଼ା ଏନଏସିର ଯେଉଁ ବିକାଶ ଚାଲିଥିଲା, ବର୍ତ୍ତମାନର ସ୍ଥିତିରେ ତାହା ସମ୍ପୂର୍ଣ୍ଣ ଠପ୍ ହୋଇପଡ଼ିଛି ଏବଂ ପୌର ପରିଷଦ ଦୁର୍ନୀତିର ଗଡ଼ରେ ପରିଣତ ହୋଇଛି। ଏପରିକି ଏନଏସି ଉପ-ଅଧ୍ୟକ୍ଷ ନିଜେ ଦୁର୍ନୀତି ସମ୍ପର୍କରେ ସ୍ୱୀକାର କରିଥିବା ସେ ଦାବି କରିଛନ୍ତି। ସେ ଆଉ ମଧ୍ୟ କହିଛନ୍ତି ପଞ୍ଚାୟତ ହେଉ, ପୌର ନିର୍ବାଚନ ହେଉ କି ୨୦୨୯ ବିଧାନସଭା ମଇଦାନ ସମୀର ଦାଶ କାହାର ଦୟାରେ ନୁହେଁ, ନିଜ ଶକ୍ତିରେ ଲଢ଼ିବ। ଦୀର୍ଘ ଦିନରୁ ନିମାପଡ଼ା ନିର୍ବାଚନମଣ୍ଡଳୀରେ ଏହି ଦୁଇ ନେତାଙ୍କ ମଧ୍ୟରେ ତୀବ୍ର ରାଜନୈତିକ ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ମିଳିଛି। ପ୍ରଭାତୀ ପରିଡ଼ା ବର୍ତ୍ତମାନ ଏହି ଆସନର ବିଧାୟିକା ଥିବା ବେଳେ, ସମୀର ଦାଶଙ୍କ ଏହି ଆଗୁଆ ଘୋଷଣା ସ୍ଥାନୀୟ ରାଜନୀତିରେ ନୂଆ ଚର୍ଚ୍ଚା ସୃଷ୍ଟି କରିଛି। Post navigation No International Flights From BBSR Currently: ଭୁବନେଶ୍ୱରରୁ ବର୍ତ୍ତମାନ ସମ୍ପୂର୍ଣ୍ଣ ବନ୍ଦ ରହିଛି ଅନ୍ତର୍ଜାତୀୟ ବିମାନ ଚଳାଚଳ: ରାଜ୍ୟ ପରିବହନ ମନ୍ତ୍ରୀ Asian Games 2026: India Wins Silver in 4x400m Mixed Relay