ପବିତ୍ର ଧାମ ପୁରୀର ସ୍ୱର୍ଗଦ୍ୱାରରେ ପୁଣି ଥରେ ଦେଖାଦେଇଛି ଗମ୍ଭୀର କାଠ ସଙ୍କଟ। ଶବ ସତ୍କାର ପାଇଁ ଦୂରଦୂରାନ୍ତରୁ ଆସିଥିବା ଶୋକସନ୍ତପ୍ତ ପରିବାରବର୍ଗ ସ୍ୱର୍ଗଦ୍ୱାର ପରିସରରେ ଘଣ୍ଟା ଘଣ୍ଟା ଧରି ଶବଦାହ ପାଇଁ ଅପେକ୍ଷା କରିଥିବା ଅଭିଯୋଗ ହୋଇଛି। ଏଥି ସହିତ ଶବଦାହ ପାଇଁ ଆବଶ୍ୟକୀୟ ଶୁଖିଲା କାଠ ମିଳିନପାରିବାରୁ ସ୍ୱର୍ଗଦ୍ୱାର ପରିସରରେ ପ୍ରାୟ ୨୦ରୁ ଅଧିକ ଶବ ପଡ଼ିରହିଥିବା ଦେଖିବାକୁ ମିଳିଛି। ଆତ୍ମୀୟ ସ୍ୱଜନଙ୍କୁ ହରାଇ ଗଭୀର ଦୁଃଖରେ ଥିବା ପରିବାରବର୍ଗ ଏଭଳି ଅବ୍ୟବସ୍ଥା ଯୋଗୁଁ ଚରମ ନିରାଶା ଓ ଅସହାୟତା ପ୍ରକାଶ ପାଇଛି। ଲଘୁଚାପ ଜନିତ ବର୍ଷା ଯୋଗୁଁ କାଠ ବୋଝେଇ ଗାଡ଼ି ପହଞ୍ଚିବାରେ ବିଳମ୍ବ ହୋଇଥିଲା । ଏହା ସହ ଯେଉଁ କାଠ ପହଞ୍ଚିଥିଲା, ତାହା ଓଦା ଥିବାରୁ ଶବ ଦାହ କରିବାରେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ଏହା ସହ ଦିନକୁ ଦିନ ସ୍ୱର୍ଗଦ୍ୱାରରେ ଶବ ସତ୍କାର ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ସେହି ଅନୁପାତରେ ଜାଳେଣି କାଠ ଯୋଗେଇବା କଷ୍ଟକର ହୋଇପଡୁଛି । ସାଧାରଣତଃ ପ୍ରତ୍ୟେକ ଶବଦାହ ପାଇଁ ପାଖାପାଖି ୧ କ୍ୱିଣ୍ଟାଲ ୪୦ କିଲୋଗ୍ରାମ କାଠର ଆବଶ୍ୟକତା ଥାଏ, ମାତ୍ର ଆବଶ୍ୟକ ପରିମାଣର ଶୁଖିଲା କାଠ ନଥିବା ଏବଂ ଯୋଗାଣ ହୋଇଥିବା କାଠ ଓଦା ଥିବା ଯୋଗୁଁ ଦାହ ପ୍ରକ୍ରିୟାରେ ବ୍ୟାଘାତ ଉପୁଜିଥିଲା। ଓଦା କାଠ ସହଜରେ ନ ଜଳିବା ସମସ୍ୟାକୁ ଆହୁରି ଜଟିଳ କରିଦେଇଥିଲା। Post navigation Odisha Assembly: ମୌସୁମୀ ଅଧିବେଶନର ତୃତୀୟ ଦିନରେ ଅସମ୍ଭାଳ ପରିସ୍ଥିତି: ଗୃହ ଅପରାହ୍ନ ୪ଟା ଯାଏଁ ମୁଲତବୀ नाओरेम रोशिबिना देवी ने वुशु में लगाई मेडल की हैट्रिक, एशियन गेम्स में जीता रजत पदक