ରାଜ୍ୟ ବିଧାନସଭାର ମୌସୁମୀ ଅଧିବେଶନର ତୃତୀୟ ଦିନରେ ଅଭୂତପୂର୍ବ ହଙ୍ଗାମା ଦେଖିବାକୁ ମିଳିଛି। ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ MMDR ପ୍ରସଙ୍ଗକୁ ନେଇ ବିରୋଧୀ ଦଳଗୁଡ଼ିକ ଗୃହ ମଧ୍ୟରେ ଜୋରଦାର ହୋହାଲ୍ଲା କରିଛନ୍ତି।

ବିଜେଡି ଏବଂ କଂଗ୍ରେସ ବିଧାୟକମାନେ ଏକାଠି ହୋଇ ସରକାରଙ୍କ ବିରୋଧରେ ଗର୍ଜନ କରିବା ସହ ନାରାବାଜି କରିଥିଲେ। ଉତ୍ତେଜନା ଏତେ ବଢ଼ିଯାଇଥିଲା ଯେ ବିରୋଧୀ ସଦସ୍ୟମାନେ ବାଚସ୍ପତିଙ୍କ ପୋଡିୟମ୍ ତଳେ ଠିଆ ହୋଇ ସ୍ଲୋଗାନବାଜି କରିଥିଲେ। ଏହି ସମୟରେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ପ୍ରତିବାଦ ପ୍ରଦର୍ଶନ କରି ଉପବାଚସ୍ପତିଙ୍କ ଆଡ଼କୁ ବ୍ୟାନର ଫିଙ୍ଗିଥିବା ଦେଖିବାକୁ ମିଳିଥିଲା।

ବିରୋଧୀଙ୍କ ଏହି ପ୍ରବଳ ପ୍ରତିବାଦ ଓ ହଟ୍ଟଗୋଳ ଯୋଗୁଁ ପ୍ରଶ୍ନକାଳ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଥିଲା। ଶେଷରେ ଗୃହର ଶୃଙ୍ଖଳା ରକ୍ଷା କରିବାକୁ ନେଇ ଅସମର୍ଥ ହେବାରୁ ଉପବାଚସ୍ପତି ଗୃହ କାର୍ଯ୍ୟକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି।

 

 

Leave a Reply

Your email address will not be published. Required fields are marked *