ରାଜ୍ୟରେ ନୂତନ ରାସନ କାର୍ଡ ପ୍ରଦାନ ଏବଂ ବାଦ୍ ପଡ଼ିଥିବା ଅଯୋଗ୍ୟ ହିତାଧିକାରୀଙ୍କୁ ନେଇ ବିଧାନସଭାରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। ବିଧାୟକ ବ୍ୟୋମକେଶ ରାୟଙ୍କ ପ୍ରଶ୍ନର ଉତ୍ତର ଦେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏହି ବାବଦରେ ସବିଶେଷ ତଥ୍ୟ ରଖିଛନ୍ତି। ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ରାଜ୍ୟରେ ନୂଆ ରାସନ କାର୍ଡ ପାଇଁ ମୋଟ ୨୧ ଲକ୍ଷ ୮୭ ହଜାର ୮୫ ଟି ଆବେଦନ ପତ୍ର ପ୍ରାପ୍ତ ହୋଇଥିଲା। ସେଥିମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୧୬ ଲକ୍ଷ ୯୯ ହଜାର ୪୫୧ ଟି ଆବେଦନର କ୍ଷେତ୍ର ତଦାରଖ ବା ଫିଲ୍ଡ ଭେରିଫିକେସନ୍ ପ୍ରକ୍ରିୟା ଶେଷ ହୋଇଛି। ଏହି ଯାଞ୍ଚ ପରେ ଯୋଗ୍ୟ ବିବେଚିତ ହୋଇଥିବା ୭ ଲକ୍ଷ ୧୭ ହଜାର ୭୯୦ ଟି ପରିବାରର ମୋଟ ୧୪ ଲକ୍ଷ ୨୧ ହଜାର ୨୨୪ ଜଣ ସଦସ୍ୟଙ୍କୁ ନୂତନ ରାସନ କାର୍ଡ ପ୍ରଦାନ କରାଯାଇସାରିଛି। ଅନ୍ୟପଟେ କ୍ଷେତ୍ର ତର୍ଜମା ସମୟରେ ୯ ଲକ୍ଷ ୮୧ ହଜାର ୬୬୧ ଟି ଆବେଦନ ଅଯୋଗ୍ୟ ବିବେଚିତ ହୋଇଥିବାରୁ ସେଗୁଡ଼ିକୁ ବାଦ୍ ଦିଆଯାଇଛି। ଏହାସହ ବଳକା ଥିବା ୪ ଲକ୍ଷ ୮୭ ହଜାର ୬୩୪ ଟି ଆବେଦନ ପତ୍ରର ଯାଞ୍ଚ ପ୍ରକ୍ରିୟା ଏବେ ବି ଜାରି ରହିଛି। ନୂତନ କାର୍ଡ ପାଇଁ ଆବେଦନ ଗ୍ରହଣ, କ୍ଷେତ୍ର ତର୍ଜମା, ଯୋଗ୍ୟଙ୍କୁ କାର୍ଡ ବଣ୍ଟନ ଓ ଅଯୋଗ୍ୟଙ୍କୁ ବାଦ୍ ଦେବା ସରକାରଙ୍କର ଏକ ନିରନ୍ତର ପ୍ରକ୍ରିୟା ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି। Post navigation BJP Announces 36 State In-Charges: ବିଜେପିର ବଡ଼ ସାଂଗଠନିକ ଅଦଳବଦଲ: ଓଡ଼ିଶା ଦାୟିତ୍ୱରେ ପୁରନ୍ଦେଶ୍ୱରୀ, ମହାରାଷ୍ଟ୍ର ସମ୍ଭାଳିବେ ବୈଜୟନ୍ତ Landslide in Digapahandi: ଦିଗପହଣ୍ଡିରେ ପ୍ରବଳ ବର୍ଷା: ପାହାଡ଼ରୁ ଖସିଲା ପଥର ଓ ମାଟି ଅଟଡ଼ା; ଯାତାୟାତ ବାଧାପ୍ରାପ୍ତ