ରାଜ୍ୟରେ ପାଠ୍ୟପୁସ୍ତକ ତ୍ରୁଟି ପ୍ରସଙ୍ଗକୁ ନେଇ ଆଜି ରାଜଧାନୀ ଭୁବନେଶ୍ୱରର ଗାନ୍ଧି ମାର୍ଗରେ ଛାତ୍ର ଓ ଯୁବ ବିଜେଡି ପକ୍ଷରୁ ଏକ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳପ୍ରଦର୍ଶନ କରାଯାଉଥିବା ଅଭିଯୋଗ କରି ହଜାର ହଜାର ବିଜେଡି କର୍ମୀ ଓ ନେତୃବୃନ୍ଦ ଲୋୟର ପିଏମଜିରେ ଏକାଠି ହୋଇ ସରକାରଙ୍କ ବିରୋଧରେ ପ୍ରବଳ ନାରାବାଜି କରିଥିଲେ। ଛାତ୍ରଛାତ୍ରୀଙ୍କୁ ଭୁଲ୍ ତଥ୍ୟ ବିଶିଷ୍ଟ ବହି ଯୋଗାଇ ଦିଆଯାଉଥିବାରୁ ଏହା ପଛରେ ଥିବା ଦାୟିତ୍ୱହୀନତା ପାଇଁ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀଙ୍କ ତୁରନ୍ତ ଇସ୍ତଫା ଦାବି କରିଛନ୍ତି ବିକ୍ଷୋଭକାରୀ। ଆନ୍ଦୋଳନ ସମୟରେ ଉତ୍ତେଜନା ପ୍ରକାଶ ପାଇବାରୁ ପ୍ରତିବାଦକାରୀମାନେ ହାତରେ ବ୍ୟାନର, ପ୍ଲାକାର୍ଡ ଏବଂ ପ୍ରତୀକାତ୍ମକ ରାବଣର କାଟଆଉଟ୍ ଧରି ବିଧାନସଭା ଆଡ଼କୁ ଆଗେଇବା ସହ ସେଠାରେ ଲଗାଯାଇଥିବା ବ୍ୟାରିକେଡ୍ ଭାଙ୍ଗିବାକୁ ଉଦ୍ୟମ କରିଥିଲେ। ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଯାଇ ସୁରକ୍ଷା ବଳ ପ୍ରତିବନ୍ଧକ ସୃଷ୍ଟି କରିବାରୁ ପୋଲିସ ଓ ବିଜେଡି କର୍ମୀଙ୍କ ମଧ୍ୟରେ ପ୍ରବଳ ଧସ୍ତାଧସ୍ତି ହୋଇଥିଲା। Post navigation BJD Slams BJP Over Mining Bill Support: MMDR ବିଲ୍କୁ ନେଇ ବିଜେପି ଉପରେ ବର୍ଷିଲେ ସୁଜାତା ରାଉତ, ନବୀନଙ୍କ ନେତୃତ୍ୱରେ ଲଢ଼େଇ ପାଇଁ ଦେଲେ ଆହ୍ୱାନ