ଏସିଆନ୍ ଗେମ୍ସରେ ଭାରତ ପାଇଁ ଏକ ସୁବର୍ଣ୍ଣ ଅଧ୍ୟାୟ ସୃଷ୍ଟି ହୋଇଛି। ଏମଏମଏ ଫାଇଟରେ ଭାରତୀୟ ଆଥଲେଟ୍ ସୁଚିକା ତରିୟାଲ ଏକ ଐତିହାସିକ ବ୍ରୋଞ୍ଜ ପଦକ ହାସଲ କରି ସମଗ୍ର ଦେଶକୁ ଗୌରବାନ୍ୱିତ କରିଛନ୍ତି। ସେ ୬୦ କିଗ୍ରା ଓଜନ ବର୍ଗରେ ଚମତ୍କାର ପ୍ରଦର୍ଶନ କରି ଭାରତ ପାଇଁ ଏହି ପ୍ରଥମ ପଦକ ଜିତିବାରେ ସଫଳ ହୋଇଛନ୍ତି। ଚଳିତ ବର୍ଷ ପ୍ରଥମ ଥର ପାଇଁ ଏସିଆନ୍ ଗେମ୍ସରେ ଏମଏମଏ କ୍ରୀଡ଼ାକୁ ସାମିଲ କରାଯାଇଛି। ପ୍ରଥମ ସଂସ୍କରଣରେ ହିଁ ସୁଚିକାଙ୍କ ଏହି ସଫଳତା ଭାରତୀୟ କ୍ରୀଡ଼ା ଇତିହାସରେ ଏକ ନୂଆ ମାଇଲଖୁଣ୍ଟ ସାବ୍ୟସ୍ତ ହୋଇଛି। Post navigation All-Party Meet Today: ଆଜି ବସିବ ସର୍ବଦଳୀୟ ବୈଠକ Focus On Teachers’ Demands: ଶିକ୍ଷକ ଓ କର୍ମଚାରୀଙ୍କ ବିଭିନ୍ନ ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ