ରାଜ୍ୟର ବିଭିନ୍ନ ସ୍କୁଲ୍ରେ ବିଦ୍ୟୁତ ସଂଯୋଗ କାଟିବା ପ୍ରସଙ୍ଗରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି ଯେ, ସ୍କୁଲ୍ଗୁଡ଼ିକରେ ତୁରନ୍ତ ବିଦ୍ୟୁତ ଯୋଗାଣ ସ୍ୱାଭାବିକ କରିବାକୁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ କୁହାଯାଇଛି । ମନ୍ତ୍ରୀଙ୍କ ସୂଚନା ଅନୁସାରେ, କିଛି ସ୍କୁଲ୍ରେ ପୁନର୍ବାର ବିଦ୍ୟୁତ ସଂଯୋଗ ଦିଆଯାଇଛି। ଅନ୍ୟ ଯେଉଁ ସ୍କୁଲ୍ଗୁଡ଼ିକରେ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ହୋଇଛି, ସେଠାରେ ମଧ୍ୟ ତୁରନ୍ତ ବିଦ୍ୟୁତ ସଂଯୋଗ ଦେବାକୁ ନିର୍ଦ୍ଦେଶ ରହିଛି । ଏଥିସହ ସ୍କୁଲ୍ଗୁଡ଼ିକର ବକେୟା ବିଦ୍ୟୁତ ବିଲ୍ ପୈଠ କରିବା ପାଇଁ ସମ୍ପୃକ୍ତ ବ୍ଲକ୍ ଶିକ୍ଷା ଅଧିକାରୀ (BEO) ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ମନ୍ତ୍ରୀ କହିଛନ୍ତି । ଶିକ୍ଷାନୁଷ୍ଠାନରେ ବିଦ୍ୟୁତ ଯୋଗାଣ ଯେପରି ବାଧାପ୍ରାପ୍ତ ନହୁଏ, ସେନେଇ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଉଛି । Post navigation Mahaprasad Prices to Be Fixed: ମହାପ୍ରସାଦର ମୂଲ୍ୟ ନିର୍ଦ୍ଧାରଣ ହେବ: ଆଇନ ମନ୍ତ୍ରୀ