ରାଜଧାନୀ ଭୁବନେଶ୍ୱରରେ ନିଜର ଏକ ସ୍ୱପ୍ନର ଘର ପାଇବା ପାଇଁ ଆଶାୟୀ ଥିବା ଲୋକଙ୍କ ପାଇଁ ଖୁସି ଖବର। ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (BDA) ଦ୍ୱାରା ‘ଏକାମ୍ର ରେସିଡେନ୍ସି’ ଆପାର୍ଟମେଣ୍ଟ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ନିଜ ସ୍ୱପ୍ନର ଆପାର୍ଟମେଣ୍ଟ ପାଇଁ ଆଶାୟୀ ଗ୍ରାହକମାନେ ଆସନ୍ତା ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ଆବେଦନ କରିବାର ସୁଯୋଗ ପାଇବେ। ସମ୍ପୂର୍ଣ୍ଣ ପ୍ରକ୍ରିୟାରେ ସ୍ୱଚ୍ଛତା ଆଣିବା ପାଇଁ ପ୍ରଥମେ ବିଡିଏର ଅନଲାଇନ୍ ପୋର୍ଟାଲ୍ ମାଧ୍ୟମରେ ପଞ୍ଜୀକରଣ କରି ୟୁନିକ ଆକାଉଣ୍ଟ ନମ୍ବର ଆବେଦନ କରିବେ । ସେଠି ତାଙ୍କର ଆଧାର କାର୍ଡ, ଜନ୍ମ ପ୍ରମାଣପତ୍ର ଏବଂ ଆବାସିକ ପ୍ରମାଣପତ୍ର ବା ରେସିଡେଣ୍ଟ ସାର୍ଟିଫିକେଟ ଏବଂ ଅନ୍ୟାନ୍ୟ ପ୍ରମାଣ ପତ୍ର ଦେବାକୁ ପଡିବ। ୟୁନିକ ଆକାଉଣ୍ଟ ନମ୍ବର ମିଳିବା ପରେ ପଞ୍ଜୀକରଣ ପାଇଁ ନିର୍ଦ୍ଧାରିତ ନିୟମ ଅନୁଯାୟୀ ଆବେଦନ ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବାକୁ ହେବ। ଏଥିସହିତ ପ୍ରତ୍ୟେକ ପରିବାରରୁ କେବଳ ଜଣେ ହିଁ ସଦସ୍ୟ ଏହି ଆପାର୍ଟମେଣ୍ଟ ପାଇଁ ଆବେଦନ କରିବାକୁ ଯୋଗ୍ୟ ବିବେଚିତ ହେବେ। କୌଣସି ପକ୍ଷପାତିତା ନରଖି ଆପାର୍ଟମେଣ୍ଟଗୁଡ଼ିକର ଆବଣ୍ଟନ ସମ୍ପୂର୍ଣ୍ଣ ପାରଦର୍ଶୀ ଉପାୟରେ ‘ଲଟେରୀ’ ମାଧ୍ୟମରେ କରାଯିବ। Post navigation Odisha Cadre IPS Officer Amitendra Nath Sinha Appointed BSF IG Amritsar Police ASI Shot Dead While on Duty, ₹2 Crore Aid Announced for Family