ଦୁବାଇ ଗସ୍ତ ଶେଷ କରି ନୂଆଦିଲ୍ଲୀରେ ପହଞ୍ଚିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ଗସ୍ତ କାଳରେ ରାଜ୍ୟ ପାଇଁ ବୃହତ ନିବେଶ ସୁଯୋଗ ସୃଷ୍ଟି କରିବାରେ ମୁଖ୍ୟମନ୍ତ୍ରୀ ସଫଳ ହୋଇଛନ୍ତି।

ଦୁବାଇରେ ଆୟୋଜିତ ବିଭିନ୍ନ ନିବେଶକ ସମ୍ମିଳନୀ ଓ ଆଲୋଚନାରେ ଭାଗ ନେଇ ମୁଖ୍ୟମନ୍ତ୍ରୀ ୨ ଲକ୍ଷ କୋଟି ଟଙ୍କାରୁ ଅଧିକ ମୂଲ୍ୟର ନିବେଶ ପ୍ରସ୍ତାବ ହାସଲ କରିଛନ୍ତି। ଏହି ଅବସରରେ ବିଦେଶୀ ନିବେଶକମାନଙ୍କ ସହ ୮ଟି ଗୁରୁତ୍ୱପୂର୍ଣ୍ଣ MoU ସ୍ୱାକ୍ଷରିତ ହୋଇଥିବା ବେଳେ ମୋଟ ୧୬ଟି ନିବେଶ ପ୍ରସ୍ତାବରେ ସ୍ୱାକ୍ଷର କରାଯାଇଛି।

ନୂଆଦିଲ୍ଲୀରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ବ୍ରିକ୍ସ (BRICS) ସମ୍ମିଳନୀରେ ଯୋଗଦେବାର ସମ୍ଭାବନା ରହିଛି। ଏହି ସମ୍ମିଳନୀ ପାଇଁ ଦେଶର ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ଆମନ୍ତ୍ରଣ କରାଯାଇଛି। ଓଡ଼ିଶାରେ ଶିଳ୍ପ ଓ ନିଯୁକ୍ତିର ନୂଆ ଦିଗ ଖୋଲିବା ପାଇଁ ଏହି ଦୁବାଇ ଗସ୍ତ ଅତ୍ୟନ୍ତ ଫଳପ୍ରଦ ହୋଇଛି ବୋଲି ଆଶା କରାଯାଉଛି।

 

Leave a Reply

Your email address will not be published. Required fields are marked *