ଲଘୁଚାପ କ୍ଷେତ୍ର ପ୍ରଭାବରେ ଲଗାଣ ବର୍ଷା ଯୋଗୁଁ ମାଲକାନଗିରି ଜିଲ୍ଲାର ସ୍ଥିତି ବେହାଲ ହୋଇପଡ଼ିଛି । ଜିଲ୍ଲାର ଅନେକ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବାବେଳେ ଜାତୀୟ ରାଜପଥ ୩୨୬ର କାଙ୍କରକୋଣ୍ଡା ଓ ପୋଟେରୁ ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହେଉଛି । କାଙ୍କରକୋଣ୍ଡା ପୋଲର ଉଭୟ ପାର୍ଶ୍ୱରେ ଶତାଧିକ ଗାଡ଼ି ଅଟକି ରହିଛି । ଫଳରେ ଆନ୍ଧ୍ରପ୍ରଦେଶ, ଛତିଶଗଡ଼ ଓ ତେଲେଙ୍ଗାନାକୁ ଯାତାୟାତ ପ୍ରଭାବିତ ହୋଇଛି । ବର୍ଷା ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଜି ମାଲକାନଗିରି ଜିଲ୍ଲାର ସମସ୍ତ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରଖାଯାଇଛି । ସେହିପରି ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରି ଆବଶ୍ୟକ ସ୍ଥଳେ ତୁରନ୍ତ ସେବା ଯୋଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲାରେ ପର୍ଯ୍ୟାପ୍ତ ପରିମାଣର ଶୁଖିଲା ଖାଦ୍ୟ ମହଜୁଦ ଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି । ମାଲକାନଗିରି ଜିଲ୍ଲାରେ ମୋଟ ୮୦୪ ମି.ମି. ବର୍ଷା ରେକର୍ଡ ହୋଇଛି । ଜିଲ୍ଲାର ହାରାହାରି ବର୍ଷା ପରିମାଣ ୧୧୪.୮୭ ମି.ମି. ରହିଛି । ବ୍ଲକ୍ୱାରୀ ବର୍ଷା ପରିମାଣ ମଧ୍ୟରେ ଚିତ୍ରକୋଣ୍ଡାରେ ସର୍ବାଧିକ ୧୯୨ ମି.ମି., ଖଇରପୁଟରେ ୧୪୨ ମି.ମି., କୋରୁକୋଣ୍ଡାରେ ୧୪୦ ମି.ମି. ଏବଂ ମାଲକାନଗିରିରେ ୧୩୬ ମି.ମି. ବର୍ଷା ରେକର୍ଡ ହୋଇଛି । Post navigation Nandankanan Welcomes New Guests: ନନ୍ଦନକାନନକୁ ଆସିଲେ ୧୪ ପ୍ରଜାତିର ବିଦେଶୀ ପ୍ରାଣୀ Odisha Vigilance Seizes ₹5 Lakh Bribe Cash Linked to Rourkela Excise Superintendent