ରାଜ୍ୟକୁ ଫେରିଲା କରୋନା। ରାଜଧାନୀ ଭୁବନେଶ୍ୱରରୁ ଏକ ନୂଆ କୋଭିଡ-୧୯ ପଜିଟିଭ୍ କେସ୍ ଚିହ୍ନଟ ହୋଇଛି। ଭୁବନେଶ୍ୱରର ବରମୁଣ୍ଡା ଅଞ୍ଚଳର ଜଣେ ୫୦ ବର୍ଷୀୟ ବ୍ୟକ୍ତି କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଥିବା ଜଣାପଡ଼ିଛି।ଆକ୍ରାନ୍ତ ବ୍ୟକ୍ତିଙ୍କୁ ଚିକିତ୍ସା ପାଇଁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କର ଚିକିତ୍ସା ଜାରି ରହିଛି। ହସ୍ପିଟାଲ କର୍ତ୍ତୃପକ୍ଷ ଏହି ସଂକ୍ରମଣ ବିଷୟରେ ସ୍ପଷ୍ଟ ଓ ନିଶ୍ଚିତ କରିଛନ୍ତି।​ଏହି ନୂତନ ମାମଲା ସାମ୍ନାକୁ ଆସିବା ପରେ ସ୍ୱାସ୍ଥ୍ୟ ବିଭାଗ ସ୍ଥିତି ଉପରେ ନଜର ରଖିଛି। ସାଧାରଣ ଜନତାଙ୍କୁ ସଜାଗ ରହିବା ସହ ସାଧାରଣ ସାବଧାନତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି।

 

 

Leave a Reply

Your email address will not be published. Required fields are marked *