ରାଜ୍ୟରେ ବେଆଇନ ଗଞ୍ଜେଇ ଚାଷ ରୋକିବା ପାଇଁ ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ବିଶେଷ କରି ସରକାରୀ ଜମିରେ ଚାଲିଥିବା ବେଆଇନ ଗଞ୍ଜେଇ ଚାଷ ଉପରେ ରୋକ୍ ଲଗାଇବା ପାଇଁ ରାଜସ୍ୱ ସଚିବ ରାଜ୍ୟର ୬ଟି ଜିଲ୍ଲା ମାଲକାନଗିରି, କୋରାପୁଟ, ରାୟଗଡ଼ା, କନ୍ଧମାଳ, ବୌଦ୍ଧ, ଗଜପତି ଜିଲ୍ଲାପାଳଙ୍କୁ ଚିଠି ଲେଖି କଡ଼ା ନିର୍ଦ୍ଦେଶ ଦେଇଛନ୍ତି।

ଏଥି ସହିତ ସେକ୍ଟର/କ୍ଷେତ୍ରସ୍ତରୀୟ ରାଜସ୍ୱ ଅଧିକାରୀ, ତହସିଲଦାର, ଅତିରିକ୍ତ ତହସିଲଦାର, ଏବଂ ଆର.ଆଇଙ୍କୁ ଏହି ନିଷେଧାଦେଶ କାର୍ଯ୍ୟକାରୀ କରିବା ପାଇଁ ଏବଂ ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯିବା ସହ କୌଣସି ସ୍ଥାନରେ ଗଞ୍ଜେଇ ଚାଷ ହେଉଥିବା ଚିହ୍ନଟ ହେଲେ, ସମ୍ପୃକ୍ତ ଅଞ୍ଚଳର ଥାନା, ଏସ.ଟି.ଏଫ କିମ୍ବା ଏ.ଏନ୍.ଟି.ଏଫ କୁ ତୁରନ୍ତ ଜଣାଇବାକୁ କୁହାଯାଇଛି।

ଯଦି କୌଣସି ସରକାରୀ ଅଧିକାରୀ ଗଞ୍ଜେଇ ମାଫିଆଙ୍କୁ ସହଯୋଗ କରୁଥିବା କିମ୍ବା ସେମାନଙ୍କ କାର୍ଯ୍ୟକଳାପ ପ୍ରତି ଆଖିବୁଜି ଦେଉଥିବା ଜଣାପଡ଼େ, ତେବେ ସେମାନଙ୍କ ବିରୋଧରେ ମଧ୍ୟ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କଡ଼ା ଚେତାବନୀ ଦିଆଯାଇଛି।

Leave a Reply

Your email address will not be published. Required fields are marked *