ରାଜ୍ୟରେ ବେଆଇନ ଗଞ୍ଜେଇ ଚାଷକୁ ରୋକିବା ପାଇଁ ଓଡ଼ିଶା ସରକାର ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି । ଗଞ୍ଜେଇ ଚାଷ ପାଇଁ ସାର ଓ ଅନ୍ୟାନ୍ୟ କୃଷି ସାମଗ୍ରୀ ଯୋଗାଉଥିବା ସାର ଡିଲରମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଓଡ଼ିଶାର ଉପ-ମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଆଜି ଚେତାବନୀ ଦେଇଛନ୍ତି । ଉପ-ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ, ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିବା ସାର କେବଳ ଚାଷୀମାନଙ୍କର କୃଷି କାର୍ଯ୍ୟ ଏବଂ ଖାଦ୍ୟ ଶସ୍ୟ ଉତ୍ପାଦନ ପାଇଁ ଉଦ୍ଦିଷ୍ଟ, ଗଞ୍ଜେଇ ଭଳି ବେଆଇନ ନିଶାଦ୍ରବ୍ୟ ଚାଷ ପାଇଁ ନୁହେଁ । କିଛି ସାର ଡିଲର ବେଆଇନ ଗଞ୍ଜେଇ ଚାଷ ପାଇଁ ସାର ବ୍ୟବହାର କରୁଥିବା ନେଇ ସରକାରଙ୍କ ପାଖରେ ଅଭିଯୋଗ ପହଞ୍ଚିଛି ଏବଂ ସରକାର ଏହାକୁ ଗମ୍ଭୀରତାର ସହ ନେଇଛନ୍ତି । କିଛି ସାର ବ୍ୟବସାୟୀ ଗଞ୍ଜେଇ ଚାଷ ପାଇଁ ସାର ଯୋଗାଉଥିବା କଥା ସାମ୍ନାକୁ ଆସିଛି । ଏଭଳି ବେଆଇନ କାର୍ଯ୍ୟରେ ଜଡ଼ିତ ଥିବା ସମସ୍ତ ବ୍ୟକ୍ତି ଓ ଡିଲରଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏଣିକି ସାର ବଣ୍ଟନ ଉପରେ କଡ଼ା ନଜର ରଖାଯିବ ବୋଲି କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ। Post navigation NASA Invites ISRO To Join Its Moon Base Program Scientists Discover Unusual Ozone Layer Above North Bay Of Bengal