ଝାଡ଼ଖଣ୍ଡ ଲୋକସେବା ଆୟୋଗ (JPSC) ନିଯୁକ୍ତି ପରୀକ୍ଷାରେ ହୋଇଥିବା ଅନିୟମିତତା ଓ ଦୁର୍ନୀତି ମାମଲାରେ ଝାଡ଼ଖଣ୍ଡ ସିଆଇଡି ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଝାଡ଼ଖଣ୍ଡ ଛାତ୍ର ଆନ୍ଦୋଳନ ମଧ୍ୟରେ ଝାଡ଼ଖଣ୍ଡ ଲୋକ ସେବା ଆୟୋଗର ପୂର୍ବତନ ଅଧ୍ୟକ୍ଷ ଏଲ୍ ଖୈଙ୍ଗଟେ ଗିରଫ କରିଛି ସିଆଇଡି। ଆଜି ଏଲ୍ ଖୈଙ୍ଗଟେଙ୍କୁ ସିଆଇଡି ପ୍ରାୟ ସାତ ଘଣ୍ଟା ମାରାଥନ ଜେରା କରିବା ପରେ ଗିରଫ କରିଛି ସିଆଇଡି । ଏହା ସହିତ ୧୮ଟି ସ୍ଥାନରେ ଚଢ଼ଉ ମଧ୍ୟ ହୋଇଛି । ସେ ଜେପିଏସସି ପରୀକ୍ଷା ଅନିୟମିତତା ଅଭିଯୋଗ ଆସିବା ପରେ ଖୈଙ୍ଗଟେ ଜୁଲାଇ ୨୨ ତାରିଖରେ ନିଜ ପଦବୀରୁ ଇସ୍ତଫା ଦେଇଥିଲେ ।

Leave a Reply

Your email address will not be published. Required fields are marked *