ବଲାଙ୍ଗିର ଜିଲ୍ଲାରେ ଚାଲିଥିବା ସାର କଳାବଜାରୀ ଏବଂ ଅନିୟମିତତା ବିରୋଧରେ ଜିଲ୍ଲା ପ୍ରଶାସନ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସାର ବିକ୍ରି ଓ ଗଚ୍ଛିତ ରଖିବାରେ ଅନିୟମିତତା ପାଇଁ ଜିଲ୍ଲାର ମୋଟ ୧୧୧ ଜଣ ସାର ଡିଲରଙ୍କୁ ଶୋ-କଜ୍ ନୋଟିସ୍ ଜାରି କରାଯାଇଛି। ଏଥି ସହିତ ୩୧ ଜଣ ସାର ଡିଲରଙ୍କ ଲାଇସେନ୍ସ ବାତିଲ କରାଯାଇଛି। ଚାଷ ସମୟରେ ଚାଷୀମାନଙ୍କୁ ଉଚିତ୍ ମୂଲ୍ୟରେ ସାର ନଦେଇ କୃତ୍ରିମ ଅଭାବ ସୃଷ୍ଟି କରିବା ଏବଂ ଚଢ଼ା ଦରରେ ସାର କଳାବଜାରୀ କରୁଥିବା ନେଇ ଦୀର୍ଘଦିନରୁ ଅଭିଯୋଗ ହୋଇଆସୁଥିଲା। ଏହାକୁ ଗମ୍ଭୀରତାର ସହ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଚଢ଼ଉ କରାଯାଇ ଏହି କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି।

Leave a Reply

Your email address will not be published. Required fields are marked *