ରାଜ୍ୟରେ ଜଣେ ଶିକ୍ଷକ ଦ୍ୱାରା ପରିଚାଳିତ ହେଉଥିବା ସ୍କୁଲଗୁଡିକରେ ତୁରନ୍ତ ଅତିରିକ୍ତ ଶିକ୍ଷକ ନିଯୁକ୍ତି ପାଇଁ ଗଣଶିକ୍ଷା ବିଭାଗ କଡ଼ା ନିର୍ଦ୍ଦେଶ ଦେଇଛି । ଏ ନେଇ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ମାଧ୍ୟମରେ ସୂଚନା ଦିଆଯାଇଛି । UDISE+ ତଥ୍ୟ ଅନୁଯାୟୀ ରାଜ୍ୟରେ କିଛି ସ୍କୁଲ୍ ବର୍ତ୍ତମାନ ମଧ୍ୟ ଜଣେ ଶିକ୍ଷକରେ ଚାଲୁଛି । ଏହାକୁ ଦୃଷ୍ଟିରେ ରଖି ବିଭାଗ ଏହି ନିଷ୍ପତ୍ତି ନେଇଛି । ଚିଠିରେ କୁହାଯାଇଛି, ସମସ୍ତ ଜିଲ୍ଲାପାଳ ନିଜ ଜିଲ୍ଲାରେ ଜଣେ ଶିକ୍ଷକ ଥିବା ସ୍କୁଲଗୁଡିକୁ ତୁରନ୍ତ ଚିହ୍ନଟ କରିବେ । ଚିହ୍ନଟ ପରେ ଆଗାମୀ ୧୫ ଦିନ ମଧ୍ୟରେ ସେହି ସ୍କୁଲଗୁଡିକରେ ଅତିରିକ୍ତ ଶିକ୍ଷକ ନିଯୁକ୍ତି ପାଇଁ ଆବଶ୍ୟକ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ପାଠପଢାର ଗୁଣବତ୍ତା ବୃଦ୍ଧି ଏବଂ ଛାତ୍ରଛାତ୍ରୀଙ୍କ ହିତକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଥିବା ବିଭାଗ ପକ୍ଷରୁ କୁହାଯାଇଛି । Post navigation रूस से तेल खरीदने वाले देशों पर दबाव, भारत पर 100% टैरिफ का खतरा 5-Year-Old Tigress Dies in Similipal: ଶିମିଳିପାଳରେ ୫ ବର୍ଷୀୟା ବାଘୁଣୀର ମୃତ୍ୟୁ, କାରଣ ଅସ୍ପଷ୍ଟ