ଚଳିତ ରାକ୍ଷୀ ପୂର୍ଣ୍ଣିମା ଅବସରରେ ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ‘ସୁଭଦ୍ରା ଯୋଜନା’ର ଟଙ୍କା । ଆସନ୍ତା ଅଗଷ୍ଟ ୨୮ ତାରିଖ ରକ୍ଷାବନ୍ଧନ ଅବସରରେ ରାଜ୍ୟର ଯୋଗ୍ୟ ମହିଳା ହିତାଧିକାରୀମାନଙ୍କୁ ଏହି ଯୋଜନାର ପଞ୍ଚମ କିସ୍ତି ପ୍ରଦାନ କରାଯିବ । ଏଥି ସହିତ ଆସନ୍ତା ୧୫ ଜୁଲାଇ ସୁଦ୍ଧା ନୂତନ ଆବେଦନ କିମ୍ବା କଟାଯାଇଥିବା ହିତାଧିକାରୀ ନାମ ନିଜ ନିଜ ଜିଲ୍ଲାରୁ ଆସିଥିବ, ସେମାନଙ୍କୁ ମଧ୍ୟ ଏହି ସୁଭଦ୍ରା ଟଙ୍କା ପ୍ରଦାନ କରାଯିବ ବୋଲି ଆଜି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ସୂଚନା ଅନୁଯାୟୀ; ଏ ପର୍ଯ୍ୟନ୍ତ ସୁଭଦ୍ରା ଯୋଜନାର ୪ଟି କିସ୍ତିରେ ୧ କୋଟିରୁ ଅଧିକ ମହିଳାଙ୍କୁ ୨୦,୬୪୮ କୋଟିରୁ ଅଧିକ ଟଙ୍କା ହସ୍ତାନ୍ତର କରାଯାଇସାରିଛି। ଏହି ଯୋଜନାର ମୂଳ ଲକ୍ଷ୍ୟ ହେଉଛି ରାଜ୍ୟର ମହିଳାମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରି ସେମାନଙ୍କୁ ସ୍ୱାବଲମ୍ବୀ କରିବା ଏବଂ ଆର୍ଥିକ ଅନ୍ତର୍ଭୁକ୍ତୀକରଣକୁ ପ୍ରୋତ୍ସାହିତ କରିବା। Post navigation Landslide Risk in Odisha: ପାହାଡ଼ିଆ ଅଞ୍ଚଳରେ ଚିହ୍ନଟ ହେବ ଭୂସ୍ଖଳନ ପ୍ରବଣ ରାସ୍ତା; ୭ ଦିନରେ ରିପୋର୍ଟ ଦାଖଲ ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ Odisha Textbook Controversy: ଗଣଶିକ୍ଷା ଓ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଦୁଇ ଦିନିଆ ଅହରାତ୍ର ଧାରଣା ଦେବ ଛାତ୍ର କଂଗ୍ରେସ