ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ଆର୍ଥନୀତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ଆସାମର ୧୫ ନମ୍ବର ଜାତୀୟ ରାଜପଥରେ ୧୩୫.୮୭୧ କିଲୋମିଟର ଦୀର୍ଘ, ୪-ଲେନ୍ ବିଶିଷ୍ଟ ପ୍ରବେଶ-ନିୟନ୍ତ୍ରିତ ଗୁଆହାଟୀ-ତେଜପୁର କରିଡର ନିର୍ମାଣ ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏହି ପ୍ରକଳ୍ପଟି ଏନ୍ଏଚ୍ (ଓ) ଅଧୀନରେ ମୋଟ ୮,୯୭୦.୨୦ କୋଟି ଟଙ୍କାର ବ୍ୟୟ ଅଟକଳରେ ‘ବିଲ୍ଡ-ଅପରେଟ-ଟ୍ରାନ୍ସଫର’ (ବିଓଟି) ଟୋଲ୍ ମୋଡରେ ନିର୍ମାଣ କରାଯିବ।

ଏହି ପ୍ରକଳ୍ପ ଅଧୀନରେ ତେଜପୁର ବାଇପାସରେ ୪.୯ କିଲୋମିଟର ଦୀର୍ଘ ଏକ ଉନ୍ନତମାନର ବିମାନ ଅବତରଣ ସୁବିଧା (ଏଏଲଏଫ) ନିର୍ମାଣ କରିବାକୁ ଲକ୍ଷ୍ୟ ରଖାଯାଇଛି, ଯାହା ଭାରତୀୟ ବାୟୁସେନା ସହିତ ସମନ୍ୱୟ ରକ୍ଷା କରି ଚୂଡ଼ାନ୍ତ କରାଯାଇଛି। ଏହା ବ୍ରହ୍ମପୁତ୍ର ନଦୀର ଦକ୍ଷିଣ ପାର୍ଶ୍ୱରେ ଥିବା ବର୍ତ୍ତମାନର ୨୭ ନମ୍ବର ଜାତୀୟ ରାଜପଥ (ପୂର୍ବ-ପଶ୍ଚିମ କରିଡର)ର ଭିଡ଼କୁ କମାଇବ। ଏହି ପ୍ରକଳ୍ପରେ ୫୮.୭ କିଲୋମିଟର ଦୈର୍ଘ୍ୟର ୫ଟି ବଡ଼ ବାଇପାସ୍ ନିର୍ମାଣ ଅନ୍ତର୍ଭୁକ୍ତ, ଯାହା ବାଲେହାଟା ଜାଗିରୋଡ, ସିପାଝାର, ମାଙ୍ଗାଲଦୋଇ, ଢେକିଆଜୁଲି ଏବଂ ତେଜପୁର ରହି ଜନବହୁଳ ଅଞ୍ଚଳ ଦେଇ ଯାଇଥିବା ରାସ୍ତାରେ ଟ୍ରାଫିକ୍ ସମସ୍ୟା ଦୂର କରିବ।

ଏହା ବ୍ୟତୀତ, ଏହି ପ୍ରକଳ୍ପରେ ୧୫ଟି ବୃହତ୍ ସେତୁ, ୩୦ଟି ଛୋଟ ସେତୁ, ୧୯ଟି ଫ୍ଲାଇଓଭର ଏବଂ ତେଜପୁର ବାଇପାସରେ ୧ଟି ଛୋଟ ଅଣ୍ଡରପାସ୍ ନିର୍ମାଣର ବ୍ୟବସ୍ଥା ରହିଛି। ପ୍ରକଳ୍ପଟିକୁ ଆକ୍ସେସ୍ କଣ୍ଟ୍ରୋଲ୍ଡ (ନିୟନ୍ତ୍ରିତ ପ୍ରବେଶ) ରାଜପଥ ଭାବେ ବିକଶିତ କରାଯିବାକୁ ଥିବାରୁ, ଯାନବାହନର ଆବଦ୍ଧ ଯାତାୟାତ ସୁନିଶ୍ଚିତ କରିବା ପାଇଁ ୪୬ଟି ଅଣ୍ଡରପାସ୍ ଏବଂ ୧୯ଟି ଫ୍ଲାଇଓଭର ସହିତ ୨୧୦ କିମି ଲମ୍ବା ସର୍ଭିସ୍ ରୋଡ୍ ମଧ୍ୟ ନିର୍ମାଣ କରାଯିବ।

ଏହି ପ୍ରକଳ୍ପ ଦ୍ୱାରା ହାରାହାରି ଯାତ୍ରା ବେଗ ୧୦୦% ବୃଦ୍ଧି ପାଇବ, ଯାହା ସମୟ ଅଧା କମାଇବ, ସମଗ୍ର ରାସ୍ତାରେ ସୁରକ୍ଷିତ ପ୍ରବାହକୁ ପ୍ରସାର ଆଣିବ, ଇନ୍ଧନ ବ୍ୟବହାର ହ୍ରାସ ପାଇବ ଏବଂ ଯାନବାହାନ ପରିଚାଳନା ଖର୍ଚ୍ଚ କମିବ। ଫଳରେ ଆଞ୍ଚଳିକ ଗମନାଗମନ ଏବଂ ସାମାଜିକ-ଅର୍ଥନୈତିକ ବିକାଶକୁ ବଳ ମିଳିବ।

ଏହି ପ୍ରକଳ୍ପ ଆସାମ ଏବଂ ଅରୁଣାଚଳ ପ୍ରଦେଶର ପ୍ରମୁଖ ଅର୍ଥନୈତିକ, ସାମାଜିକ ଏବଂ ଲଜିଷ୍ଟିକ କେନ୍ଦ୍ରଗୁଡ଼ିକୁ ସେଣ୍ଟରଗୁଡ଼ିକ ସଂଯୋଗୀକରଣ ଯୋଗାଇଦେବ। ଏହାଛଡ଼ା, ଏହି ପ୍ରସ୍ତାବିତ କରିଡର ୦୮ଟି ‘ପିଏମ୍ ଗତି-ଶକ୍ତି ଆର୍ଥନୀତିକ ନୋଡ୍’ (୦୮ଟି ଶିଳ୍ପ ପାର୍କ), ୦୨ଟି ସାମାଜିକ କେନ୍ଦ୍ର (ଦରଙ୍ଗ ଏବଂ ଓଦାଲଗୁରୀର ୦୨ଟି ଆକାଂକ୍ଷୀ ଜିଲ୍ଲା), ୦୩ଟି ପର୍ଯ୍ୟଟନ ସ୍ଥଳୀ (ମା’ କାମାକ୍ଷା ମନ୍ଦିର, କାଜିରଙ୍ଗା ଜାତୀୟ ଉଦ୍ୟାନ, ଓରାଙ୍ଗ ଜାତୀୟ ଉଦ୍ୟାନ) ଏବଂ ୦୭ଟି ଲଜିଷ୍ଟିକ୍ କେନ୍ଦ୍ର (୩ଟି ପ୍ରମୁଖ ରେଳ ଷ୍ଟେସନ, ୦୨ଟି ବିମାନବନ୍ଦର, ୦୨ଟି ଜଳପଥ ଟର୍ମିନାଲ)କୁ ସଂଯୋଜନୀକରଣରେ ସୁଧାର ଆଣିବ, ଯାହା ଦ୍ୱାରା ଏହି ଅଞ୍ଚଳରେ ପଣ୍ୟଦ୍ରବ୍ୟ ଏବଂ ଯାତ୍ରୀମାନଙ୍କର ଦ୍ରୁତ ଯାତାୟାତ ସୁଗମ ହୋଇପାରିବ।

Leave a Reply

Your email address will not be published. Required fields are marked *