ରାଜ୍ୟରେ ଜାରି ରହିଛି ପ୍ରବଳ ବର୍ଷା । ଯାହା ଫଳରେ ବିଭିନ୍ନ ସ୍ଥାନରେ ସାଧାରଣ ଜନଜୀବନ ସମ୍ପୂର୍ଣ୍ଣ ବ୍ୟାହତ ହୋଇପଡ଼ିଛି। ଗତକାଲି ରାତିରୁ କ୍ରମାଗତ ଭାବେ ହେଉଥିବା ବର୍ଷା ଯୋଗୁଁ ଅନେକ ନିଚ୍ଛାଟିଆ ଓ ତଳିଆ ଅଞ୍ଚଳରେ ପାଣି ଜମି ରହିଛି। ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଥିବା ପାଣିପାଗ କେନ୍ଦ୍ରରୁ ସୂଚନା ମିଳିଛି। ରାଜଧାନୀର ବିଭିନ୍ନ ସ୍ଥାନରେ ଭାରି ବର୍ଷା ରେକର୍ଡ କରାଯାଇଛି । ମଧୁସୂଦନ ନଗରରେ ସର୍ବାଧିକ ୧୦୭ ମି.ମି. ବର୍ଷା ରେକର୍ଡ ହୋଇଥିବା ବେଳେ ନୟାପଲ୍ଲୀ ୯୭.୨, ଜଗମୋହନନଗର ୯୦.୪, ଲକ୍ଷ୍ମୀସାଗରରେ ୯୦ ମି.ମି ବର୍ଷା, ସହିଦନଗର ୮୩.୨, ଖଣ୍ଡଗିରି ୭୩.୨, ଖାରବେଳନଗରରେ ୫୯.୪ ମି.ମି, ଚନ୍ଦ୍ରଶେଖରପୁର ୫୦.୨ ଓ ପଟିଆରେ ୩୪.୬ ମି.ମି ବର୍ଷା ରେକର୍ଡ କରାଯାଇଛି। ରାଜଧାନୀର ଅନେକ ନିଚ୍ଛାଟିଆ ଅଞ୍ଚଳ ଏବେ ବି ଜଳମଗ୍ନ ହୋଇ ରହିଛି। ରାସ୍ତାଘାଟ ପାଣିରେ ବୁଡ଼ି ରହିଥିବାରୁ ଓ ପିଚ୍ଛିଳ ହୋଇଯାଇଥିବାରୁ ଗାଡ଼ି ଚଳାଚଳ ଏବଂ ଲୋକଙ୍କ ଆସିବା ଯିବାରେ ବାଧା ସୃଷ୍ଟି ହୋଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସାଧାରଣ ଜନତାଙ୍କୁ ସାବଧାନ ରହିବାକୁ, ଜଳମଗ୍ନ ରାସ୍ତାଗୁଡ଼ିକୁ ଏଡ଼ାଇ ଚାଲିବାକୁ ଏବଂ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। Post navigation CM Mohan Majhi to Embark On 3-Day Delhi Visit, to Lead Odisha Investment Outreach on Aug 7 Heavy Rainfall Alert: ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା: ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ