ଗଞ୍ଜାମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ତିନିଦିନ ଓଡ଼ିଶା ଗସ୍ତରେ ଆସି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଗଞ୍ଜାମ ଜିଲ୍ଲାର ତପ୍ତପାଣିରେ ପହଞ୍ଚିଛନ୍ତି । ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତପ୍ତପାଣି ଠାରେ ପହଞ୍ଚିବା ପରେ ତାଙ୍କୁ ରାଜ୍ୟପାଳ ଡଃ ହରିବାବୁ କମ୍ଭମପଟି ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ୱାଗତ ଜଣାଉଛନ୍ତି।

ତପ୍ତପାଣିରେ ପହଞ୍ଚି ରାଷ୍ଟ୍ରପତି ମାଆ କନ୍ଧୁଣୀଙ୍କ ଦର୍ଶନ କରିବା ସହ ସ୍ଥାନୀୟ କାର୍ଯ୍ୟକ୍ରମରେ ଯୋଗଦେବେ । ଆଜି ରାତିରେ ସେ ଗୋଳାବନ୍ଧ ଆର୍ମି ଏଡି କଲେଜରେ ରାତ୍ରିଯାପନ କରିବେ ।

ସୂଚନା ଅନୁଯାୟୀ; ଆଜି ଭୁବନେଶ୍ୱର ରେଳ ଷ୍ଟେସନରୁ ସ୍ୱତନ୍ତ୍ର ଟ୍ରେନ ଯୋଗେ ବ୍ରହ୍ମପୁର ଆସିଥିବା ରାଷ୍ଟ୍ରପତିଙ୍କୁ ଷ୍ଟେସନରେ ଭବ୍ୟ ସ୍ୱାଗତ କରାଯାଇଥିଲା । ଦିନ ୧୧ଟା ୧୦ ମିନିଟରେ ବ୍ରହ୍ମପୁର ରେଳ ଷ୍ଟେସନରେ ପହଞ୍ଚିବା ପରେ ସେ ସଡ଼କ ପଥରେ ତପ୍ତପାଣି ଅଭିମୁଖେ ଯାତ୍ରା କରିଥିଲେ ।

ଏହି ହାଇ-ପ୍ରୋଫାଇଲ୍ କାର୍ଯ୍ୟକ୍ରମକୁ ସୁଗମ କରିବା ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

Leave a Reply

Your email address will not be published. Required fields are marked *