ରାଜ୍ୟରେ ଦେଖାଦେଇଥିବା ବନ୍ୟା ସ୍ଥିତିକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ବନ୍ୟା ବିପନ୍ନଙ୍କ ପାଇଁ ୧୧୦ କୋଟି ଟଙ୍କାର ଏକ ପ୍ରାଥମିକ ବନ୍ୟା ସହାୟତା ପ୍ୟାକେଜ୍‌ ଘୋଷଣା କରିଛନ୍ତି। ବନ୍ୟା ପ୍ରଭାବିତ ଅଞ୍ଚଳର ଆକାଶମାର୍ଗରୁ ସମୀକ୍ଷା କରିବା ପରେ ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ନେଇଛନ୍ତି। ବିପନ୍ନଙ୍କ ପାଖରେ ତୁରନ୍ତ ସହାୟତା ରାଶି ପହଞ୍ଚାଇବାକୁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏବଂ କ୍ଷୟକ୍ଷତିର ଚୂଡ଼ାନ୍ତ ଆକଳନ ପରେ ଆବଶ୍ୟକୀୟ ଅତିରିକ୍ତ ଆର୍ଥିକ ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

ବର୍ତ୍ତମାନ ଯୁଦ୍ଧକାଳୀନ ଭିତ୍ତିରେ ରିଲିଫ୍‌, ଉଦ୍ଧାର ଏବଂ ପୁନର୍ବାସ କାର୍ଯ୍ୟ ଜାରି ରହିଥିବା ବେଳେ ପ୍ରଶାସନ ୨୪ ଘଣ୍ଟା କାର୍ଯ୍ୟ କରୁଛି। ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଭଳି ସବୁଠାରୁ ଅଧିକ ପ୍ରଭାବିତ ଜିଲ୍ଲାଗୁଡ଼ିକ ପାଇଁ ୨୬ କୋଟି ଟଙ୍କାର ଅଗ୍ରୀମ ସହାୟତା ମଧ୍ୟ ଜାରି କରାଯାଇଛି। ବନ୍ୟାରେ ହୋଇଥିବା ପ୍ରକୃତ କ୍ଷୟକ୍ଷତିର ଆକଳନ ପାଇଁ ବିଭିନ୍ନ ଜିଲ୍ଲାରେ ସର୍ଭେ କାମ ଚାଲିଛି। ସର୍ଭେ ରିପୋର୍ଟ ସମ୍ପୂର୍ଣ୍ଣ ହେବା ପରେ କ୍ଷତିର ପରିମାଣ ଅନୁଯାୟୀ ଯୋଗ୍ୟ ପରିବାରମାନଙ୍କୁ ଅତିରିକ୍ତ ଆର୍ଥିକ ସହାୟତା ପ୍ରଦାନ କରାଯିବ।

ସରକାର ଜିଲ୍ଲା ପ୍ରଶାସନକୁ କ୍ଷୟକ୍ଷତିର ଆକଳନ କାମ ଶୀଘ୍ର ଶେଷ କରିବା ସହ ଯୋଗ୍ୟ ହିତାଧିକାରୀଙ୍କୁ ଯଥାଶୀଘ୍ର ସହାୟତା ଯୋଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।

 

 

Leave a Reply

Your email address will not be published. Required fields are marked *