ରାଜ୍ୟରେ ଚାଲିଛି ପ୍ରଥମ ପ୍ରର୍ଯ୍ୟାୟ ମତଦାନ । ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ କଳାହାଣ୍ଡି, କୋରାପୁଟ, ନବରଂଗପୁର ଓ ବ୍ରହ୍ମପୁର ଲୋକସଭା ନିର୍ବାଚନ ମଣ୍ଡଳୀ ଓ ଏହାର ଅଧୀନସ୍ଥ ୨୮ଟି ବିଧାନସଭା କ୍ଷେତ୍ରରେ ଆଜି ସକାଳ ୭ଟାରୁ ମତଦାନ ଜାରି ରହିଛି। ସନ୍ଧ୍ୟା ୫ଟା ସୁଦ୍ଧା ୬୨.୯୬ ପ୍ରତିଶତ ମତଦାନ ହୋଇଛି। ରାଜ୍ୟ ମୁଖ୍ୟ ନିର୍ବାଚନ କାର୍ଯ୍ୟାଳୟର ସୂତ୍ରରୁ ସୂଚନା ମିଳିଛି। ଏପର୍ଯ୍ୟନ୍ତ ନବରଂଗପୁରରେ ସର୍ବାଧିକ ଓ ବ୍ରହ୍ମପୁରରେ ସବୁଠାରୁ କମ ୫୮ ପ୍ରତିଶତ ମତଦାନ ହୋଇଛି। କୋରାପୁଟ ମତଦାନ: ୬୨.୯୬ ପ୍ରତିଶତ ଜୟପୁର:୬୬.୫୮ ପ୍ରତିଶତ କୋରାପୁଟ:୫୫.୩୫ ପ୍ରତିଶତ, ଲଷ୍ମୀପୂର :୫୮.୬୬ ପ୍ରତିଶତ, ପଟାଙ୍ଗୀ :୫୮.୫୦ପ୍ରତିଶତ, ରାୟଗଡା:୬୩.୨୦ପ୍ରତିଶତ, କୋଟପାଡ଼ :୬୫.୬୭ ପ୍ରତିଶତ (ନବରଙ୍ଗପୁର ଲୋକସଭା ), ବିଷମ କଟକ : ୬୭.୯୯ ପ୍ରତିଶତ ଗୁଣୁପୁର : ୫୭.୪୪ ପ୍ରତିଶତ ଭୋଟର ଦେଇଛନ୍ତି ଭୋଟ୍ । ନବରଂଗପୁର ଲୋକସଭା ଆସନରେ ସନ୍ଧ୍ୟା ୫ଟା ସୁଦ୍ଧା ନବରଂଗପୁରରେ ୬୮.୮୪ ପ୍ରତିଶତ, କଳାହାଣ୍ଡିରେ ୬୭.୩୭ପ୍ରତିଶତ, କେରାପୁଟରେ ୬୧.୨୨ପ୍ରତିଶତ ମତଦାନ ହୋଇଛି। ସେହିପରି ନୂଆପଡ଼ାରେ ୬୬.୩୫, ଗଜପତିରେ ୬୩.୭୧ ରାୟଗଡ଼ାରେ ୬୨.୯୬ ପ୍ରତିଶତ ମତଦାନ ହୋଇଛି। Post navigation ଝରିଗାଁ ବିଜେପି ବିଧାୟକ ପ୍ରାର୍ଥୀ ନରସିଂହ ଭତ୍ରାଙ୍କୁ ବିଜେଡି କର୍ମୀଙ୍କ ଆକ୍ରମଣ ୧୦ ଲକ୍ଷ ଟଙ୍କା ସହ ବିଜେଡି ନେତ୍ରୀ ଅପୂର୍ବା ଅପରୂପା ନୟାଗଡ଼-ବୌଦ୍ଧ ସୀମାରେ ଅଟକ