ସଡ଼କ ଦୁର୍ଘଟଣା ରୋକିବା ପାଇଁ ସରକାରଙ୍କ ଆନେକ ପଦକ୍ଷେପ ଗ୍ରହଣ ନେଉଥିଲେ ମଧ୍ୟ ରାଜ୍ୟରେ ଦୁର୍ଘଟଣା ଦିନକୁ ଦିନ ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ଆଜି ବିଧାସଭା ଗୃହରେ ଉଠିଲା ସଡ଼କ ଦୁର୍ଘଟଣା ପ୍ରସଙ୍ଗ । ସଡ଼କ ସୁରକ୍ଷା ମାସ ଜାନୁଆରୀରେ ସଡ଼କ ଦୁର୍ଘଟଣା ମୃତ୍ୟୁ ବରଣ କରିଛନ୍ତି ୫୦୫ ଜଣ । ଏନେଇ ଆଜି ଗୃହରେ ଉତ୍ତର ରଖିଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଜେନା। ସେ କହିଛନ୍ତି ଗୋଟିଏ ମାସରେ ୮୪୮ ଦୁର୍ଘଟଣାରୁ ୪୭୨ ଜଣ ଆହତ ହୋଇଛନ୍ତି । ସେହିପରି ସଡ଼କ ସୁରକ୍ଷା ସଚେତନତା ପାଇଁ ୧ କୋଟି ୮୯ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି ।

Leave a Reply

Your email address will not be published. Required fields are marked *