ଛତିଶଗଡ଼ର ବସ୍ତର ଜିଲ୍ଲାରେ ସୁରକ୍ଷାବାହିନୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ସୁରକ୍ଷାବାହିନୀ ଗୁଳିରେ ୪ ଜଣ ମାଓବାଦୀ ନିହତ ହୋଇଛନ୍ତି। ଦାନ୍ତେୱାଡା ଜଙ୍ଗଲରେ ଚାଲିଥିଲା ଏହି କୋମ୍ବିଂ ଅପରେଶନ୍ । ଏଥିରେ ଡିଆରଜି, ଏସଟିଏଫ୍ ସଂ ୪ ଜିଲ୍ଲାର ପୋଲିସ ସାମିଲ ଥିଲେ । ଏହା ସହ ଏହି ଏନକାଉଣ୍ଟରରେ ଜିଲ୍ଲା ରିଜର୍ଭ ଗାର୍ଡ (ଡିଆରଜି)ର ଜଣେ ହେଡ୍ କନଷ୍ଟେବଳ ସହିଦ ହୋଇଛନ୍ତି। ଘଟଣାସ୍ଥଳରୁ ଏକେ-୪୭, ଏସଏଲଆର୍ ସହ ବିପୁଳ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି । ସୂଚନା ଯୋଗ୍ୟ; ଦକ୍ଷିଣ ଅବୁଝାମଦ ଅଞ୍ଚଳରେ ନକ୍ସଲଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ପାଇ ନାରାୟଣପୁର, ଦାନ୍ତେୱାଡା, କୋଣ୍ଡାଗାଓଁ ଏବଂ ବସ୍ତର ଜିଲ୍ଲାରୁ ସ୍ପେଶାଲ ଟାସ୍କ ଫୋର୍ସ (ଏସଟିଏଫ) ଏବଂ ଡିଆରଜି ଫୋର୍ସକୁ ଅପରେସନ ପାଇଁ ପଠାଯାଇଥିଲା ।ଏହା ପରେ ସୈନିକମାନେ ନଦୀ ଓ ଝରଣା ଅତିକ୍ରମ କରି ଜଙ୍ଗଲ ଭିତରକୁ ଅନେକ କିଲୋମିଟର ଚାଲି ଚାଲି ଯାଇଥିଲେ। ଯବାନଙ୍କୁ ଦେଖି ନକ୍ସଲମାନେ ଗୁଳି ଚଳାଇବା ଆରମ୍ଭ କରିଥିଲେ। ଯବାନମାନେ ଏହାର ଜବାବ ଦେବା ସହ ଉଚିତ ଜବାବ ଦେଇଥିଲେ। ଗୁଳିବିନିମୟ ବନ୍ଦ ହେବା ପରେ ଘଟଣାସ୍ଥଳରୁ ୪ ଜଣ ନକ୍ସଲଙ୍କ ମୃତଦେହ ଓ ଏକେ-୪୭ ରାଇଫଲ ଓ ସେଲ୍ଫ ଲୋଡିଂ ରାଇଫଲ (ଏସଏଲଆର) ସମେତ ସ୍ୱୟଂଚାଳିତ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। Post navigation ଜାନୁଆରୀ ୮ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦି ଗୁଜରାଟରେ କୋଷ୍ଟଗାର୍ଡ ହେଲିକପ୍ଟର ଦୁର୍ଘଟଣାରେ ୩ ମୃତ