ନୂଆଦିଲ୍ଲୀ ; ମହିଳା ଆୟୋଗରର କର୍ମଚାରୀଙ୍କ ଦିଲ୍ଲୀ ଉପରାଜ୍ୟପାଳ ଭି.କେ ସକ୍ସେନା ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ‌ଉପରାଜ୍ୟପାଳଙ୍କ ଆଦେଶରେ ମହିଳା ଆୟୋଗର ୨୨୩ କର୍ମଚାରୀଙ୍କୁ ଚାକିରିରୁ ହଟାଇ ଦିଆଯାଇଛି । ଅଭିଯୋଗ ହୋଇଛି ଯେ ତତ୍‌କାଳୀନ ଦିଲ୍ଲୀ ମହିଳା ଆୟୋଗର ଅଧକ୍ଷା ଥିବା ଆମ୍‌ ଆଦ୍‌ମୀ ପାର୍ଟି ସାଂସଦ ସ୍ଵାତି ମାଲିୱାଲ୍‌ ନିୟମର ଉଲ୍ଲଂଘନ କରି ବିନା ଅନୁମତିରେ ଏହି ନିଯୁକ୍ତି ଦେଇଥିଲେ।
ମହିଳା ଆୟୋଗ‌ରେ ସମୁଦାୟ ୪୦ଟି ପଦ ଖାଲି ଥିବା ବେଳେ କେମିତି ୨୨୩ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଥିଲା। ଉପରାଜ୍ୟପାଳଙ୍କ କାର୍ଯ୍ୟାଳୟ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶରେ କୁହାଯାଇଛି ଯେ ଉପ ରାଜ୍ୟପାଳଙ୍କ ବିନା ଅନୁମତିରେ ୨୨୩ଟି ନୂତନ ପଦବୀ ସୃଷ୍ଟି କରାଯାଇଛି। ଚୁକ୍ତିରେ କର୍ମଚାରୀ ନିଯୁକ୍ତି କରିବାର ଆୟୋଗର ଅଧିକାର ନାହିଁ ବୋଲି ଏହି ନିର୍ଦ୍ଦେଶରେ ଦର୍ଶାଯାଇଛି। ଏହି ଆଦେଶରେ ଆହୁରି ମଧ୍ୟ କୁହାଯାଇଛି ଯେ ଅର୍ଥ ବିଭାଗର ଅନୁମୋଦନ ବିନା ସେମାନେ କୌଣସି ପଦକ୍ଷେପ ନେବା ଉଚିତ ନୁହେଁ।

 

By SonaliP

Leave a Reply

Your email address will not be published. Required fields are marked *