ନବରଙ୍ଗପୁର: ନବରଙ୍ଗପୁର -ଜୟପୁର ରେଳ ପ୍ରକଳ୍ପ ପାଇଁ ରାଜ୍ୟ ସରକାରଙ୍କ ତରଫରୁ ଜମି ଅଧିଗ୍ରହଣରେ ଅହେତୁକ ବିଳମ୍ବ ପ୍ରତିବାଦରେ ମଙ୍ଗଳବାର ବିଜେପି ଯୁବମୋର୍ଚ୍ଚା ନବରଙ୍ଗପୁର ଜିଲ୍ଲା ବନ୍ଦ ଡାକରା ଦିଆଯାଇଛି। ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି । ତେବେ ବନ୍ଦରୁ ଅତ୍ୟାବଶ୍ୟକୀୟ ସାମଗ୍ରୀ କ୍ରୟ ସହ ଜରୁରୀ କାଳୀନ ସେବାକୁ ବାଦ୍ ଦିଆଯାଇଛି। ନବରଙ୍ଗପୁର-ଜୟପୁର ରେଳ ପ୍ରକଳ୍ପ ପାଇଁ କେନ୍ଦ୍ର ସରକାର ଅର୍ଥ ବ୍ୟୟବରାଦ କରିଛନ୍ତି। ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ଜମି ଅଧିଗ୍ରହଣ ଅହେତୁକ ବିଳମ୍ବ ଜିଲ୍ଲା ପ୍ରତି ସରକାରଙ୍କ ବୈମାତୃକ ମନୋଭାବକୁ ସୂଚାଉଛି ବୋଲି ବିଜେପି ଯୁବମୋର୍ଚ୍ଚା ଅଭିଯୋଗ କରିଛି। ସେହିପରି ଜିଲ୍ଲା ଜିଲ୍ଲାର ଦୁଇଟି ପୁରାତନ ମହାବିଦ୍ୟାଳୟ ନବରଙ୍ଗପୁର ମହାବିଦ୍ୟାଳୟ ଓ ଉମରକୋଟ ପେଣ୍ଡରାଣୀ ମହାବିଦ୍ୟାଳୟକୁ ସରକାରୀ ମାନ୍ୟତା ପ୍ରଦାନ କରିବାକୁ ମଧ୍ୟ ଦାବି କରାଯାଇଛି। ସକାଳୁ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। ଚାଉଁରିଆଗୁଡା ଓ ମାଳିଗୁଡାରେ ରାସ୍ତା ଅବରୋଧ କରାଯିବା ଯୋଗୁଁ ଗମନାଗମନ ପ୍ରଭାବିତ ହୋଇଛି। ସେପଟେ ଖୁବ୍ ଶୀଘ୍ର ଦାବି ପୂରଣ ନହେଲେ ଆନ୍ଦୋଳନ ଆହୁରି ତୀବ୍ରତର ହେବ ବୋଲି ଦଳ ପକ୍ଷରୁ ଚେତାବନୀ ଦିଆଯାଇଛି।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *