ଓଡ଼ିଶାରୁ ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ପ୍ରାର୍ଥୀପତ୍ର ଦାଖଲ ବେଳେ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସମେତ ବିଜେପିର ଅନେକ ବିଧାୟକ ତଥା ବରିଷ୍ଠ ନେତା ମଧ୍ୟ ଉପସ୍ଥିତ ରହିଥିଲେ। ଅଶ୍ୱିନୀଙ୍କୁ ବିଜେପି ରାଜ୍ୟସଭା ପ୍ରାର୍ଥୀ ଘୋଷଣା କରିବା ପରେ ଏହାକୁ ସମର୍ଥନ ବିଜେଡି ସମର୍ଥନ ଦେଇଥିଲା । କିନ୍ତୁ ପ୍ରାର୍ଥୀପତ୍ର ଦାଖଲ ସମୟରେ କୌଣସି ବିଜେଡି ନେତା ଉପସ୍ଥିତ ନଥିଲେ । ନାମାଙ୍କନ ଦାଖଲ ପରେ ଅଶ୍ବିନୀ ବୈଷ୍ଣବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କୃତଜ୍ଞତା ଜଣାଇଲେ । ‘ମୋତେ ପୁଣିଥରେ ସୁଯୋଗ ଦେଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ବହୁତ ଧନ୍ୟବାଦ’ ବୋଲି କହିଲେ ଅଶ୍ବିନୀ। ମହାପ୍ରଭୁ ଜଗନ୍ନାଥ ଓ ପ୍ରଭୁ ଶ୍ରୀରାମଙ୍କ ଆଶୀର୍ବାଦରୁ ଜନତାଙ୍କ ସେବା କରିବେ ବୋଲି ଅଶ୍ବିନୀ ବୈଷ୍ଣବ କହିଲେ । Post navigation ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଘରେ ଇଡି ରେଡ୍ କୋଟିପତି RTO ବସନ୍ତ ମହାପାତ୍ରଙ୍କ କଳା ସାମ୍ରାଜ୍ୟ